28.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

ମେଷ: ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଦୂର ଯାତ୍ରା କରି ସଫଳ ହେବେ । ବାଧା ସତ୍ୱେ କାର୍ଯ୍ୟରେ ଅଗ୍ରଗତି ହେବେ । ପରକୁ ସାହାଯ୍ୟ କରି ଅପଦସ୍ତ ହେବେ । ଧନସଂଚୟ କରିପାରିବେ ।
ବୃଷ: ବୃହସ୍ପତିଙ୍କ ପ୍ରଭାବରୁ ମନ ଦୂର୍ବଳ ହେବ । ଭାତୃବିବାଦ ଯୋଗୁ ଅଶାନ୍ତି ଉପୁଯିବେ । ଶତୃ କବଳରୁ ରକ୍ଷା ପାଇବେ । ସୁସମ୍ବାଦ ପାଇ ଖୁସି ହେବେ । କୁଟୁମ୍ବ ହେତୁକ ଅଶାନ୍ତି ମିଳିବ ।
ମିଥୁନ: ଆଜି ସକାଳୁ ସକାଳୁ ବନ୍ଧୁ ସହଯୋଗରେ ଖୁସି ହେବେ । ପୈତୃକ ସମ୍ପତି ଭାଗ ବଂଟନ ହେବ । ଆମୋଦ ପ୍ରମୋଦରେ ଦିନ କଟିବ । ସାମାନ୍ୟ ଅସୁସ୍ଥ ଭୋଗିପାରନ୍ତି ।
କର୍କଟ: ପରଉପକାର ସୁଝିବାର ଚେଷ୍ଟା କରିବେ । ଅନ୍ୟ ମନସ୍କତା ହେତୁ କ୍ଷତି ସହିବେ । କାର୍ଯ୍ୟ ସିଦ୍ଧି ପାଇଁ ଲାଗି ପଡ଼ିବେ । ଅର୍ଥ ଲାଭର ଆଶା ଅଛି । ବିଶୃଙ୍ଖଳା ଦୂରେଇଯିବ ।
ସିଂହ: ନୂତନ କର୍ମରେ ମନଦେବେ । ନିଜର ଦାବି ଦେଖାଇ କାର୍ଯ୍ୟ କରିବେ । ପ୍ରିୟଜନଙ୍କ ସାହାଯ୍ୟ ପାଇବେ । ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଘଟିବ ।
କନ୍ୟା: ଆଜି ନୂତନ ସ୍ଥାନ ଭ୍ରମଣ କରିପାରନ୍ତି । କ୍ରାନ୍ତି ଅନୁଭବ କରିବେ । କାର୍ଯ୍ୟ ପରିବର୍ତନ ଘଟିବ । ବ୍ୟୟ ବୃଦ୍ଧି ହେତୁ ଚିନ୍ତିତ ହେବେ । ମନଦୁର୍ବଳ ହେବ ।
ତୁଳା: ମାନସିକ ଉଦବେଗ ରହିବ । କୌଣସିଠାରୁ ସହଯୋଗ ମିଳିବ ନାହିଁ । ଦୂରଯାତ୍ରାକୁ ଭ୍ରମଣ କରିବେ । ଧନାଦିଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳ ହେବେ । ଦୂରଯାତ୍ରା କରିପାରନ୍ତି ।
ବିଛା: ଆଜି ବ୍ୟବସାୟ ଭଲରେ ଚାଲିବ । ଦେହ ସୁସ୍ଥ ରହିବ । ଅଭାବ ହେତୁ କଷ୍ଟ ଭୋଗିବେ । ମନ୍ଦ କାର୍ଯ୍ୟରୁ କ୍ଷତି ସହିବେ । ବ୍ୟସ୍ତତା ବଢ଼ିବ, କାର୍ଯ୍ୟହାନୀ ଘଟିବ ।
ଧନୁ: ଆଜି ସକାଳୁ ସକାଳୁ ମିତ୍ର ଲାଭ ଯୋଗଅଛି । ଦୂରଯାତ୍ରା କରିପାରନ୍ତି । ଲକ୍ଷପୂରଣ ହେବ । ଲୋକସମ୍ପର୍କ ବଢ଼ିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ ।
ମକର: ଅଧିକାର ହରାଇପାରନ୍ତି । ମନ ଅସ୍ଥିର ରହିବ । ବ୍ୟାକୁଳତା ବଢ଼ିପାରେ । କାର୍ଯ୍ୟରେ ବାଧା ଉପୁଯିବ । ଦୂର ସମ୍ପର୍କରେ ଉପକୃତ ହେବେ । ଦେବଦର୍ଶନରେ ଆନନ୍ଦ ପାଇବେ ।
କୁମ୍ଭ: ପରିସ୍ଥିତି ଆୟତରେ ରହିବ । ନିଜ କାର୍ଯ୍ୟରେ ଲାଗିରହିବେ । ମନ ବ୍ୟାକୁଳ ରହିବ । ଅଭାବରେ ପଡ଼ିପାରନ୍ତି । ଅଧିକାର ସଂକୁଚିତ ହେବ । ମଧ୍ୟମ ଫଳ ପ୍ରାପ୍ତି ହୋଇପାରେ ।
ମୀନ: ଆଜି ଆୟ ବୃଦ୍ଧି ଘଟିବ । ଅନିଶ୍ଚିତତା ଅନୁଭବ କରିବେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଯାତ୍ରାଦିରେ ଲାଭବାନ ହେବେ । ସମୟ ଅନୁକୂଳ ରହିବ । ଜଞ୍ଜାଳ ଦୂରେଇ ଯିବ । ପ୍ରଗତିଶୀଳ ହେଲେ ଆର୍ôଥକ ଅନାଟନ ଦୂରୀଭୁତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking