29.1 C
Bhubaneswar
Wednesday, May 8, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଧର୍ମ ବିଶ୍ୱାସୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ଉତମ ବ୍ୟକ୍ତିଯୁକ୍ତ ହେବେ । ପରଦେଶବାସୀ, ମଧୁରଭାଷୀ ଓ ସହନଶୀଳ ଶାନ୍ତିପ୍ରିୟ ହେବେ । ଉଦାର ବିଦ୍ୟାପ୍ରେମୀ ହେବେ ।

ବୃଷ : ଦାନଶୀଳ ହେବେ । ମିଷ୍ଠାନ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ମାଲିମୋକଦ୍ଦମାରେ ବିଜୟୀ ହେବେ ।

ମିଥୁନ : ସ୍ୱାସ୍ଥ୍ୟହାନି ଘଟିପାରେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଥଣ୍ଡା କଫ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚଂଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି ।

କର୍କଟ : ବିଭିନ୍ନ ସ୍ତର ଏପରିକି ସରକାରୀ ସ୍ତରରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ଓ ନିରାମୟ ଜୀବନଯାପନ କରିବେ । ଚଂଚଳ ପ୍ରକୃତିର ହେବେ । ଲୋକ ପ୍ରିୟ ଅର୍ଜନ କରିବେ ।

ସିଂହ : ଶତ୍ରୁ ଦମନ ପାଇଁ ଶକ୍ତି ସଂଚୟ କରିବେ । ପରିଶ୍ରମର ମୂଲ୍ୟାଙ୍କନ ହେବ । କୂଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ ।

କନ୍ୟା : ଭାଗ୍ୟଶାଳୀ ହେବେ । ଭୋଗବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମକାର୍ଯ୍ୟ ପ୍ରତି ମନ ବଳାଇବେ । ସାହାସୀ ହୋଇପାରନ୍ତି ।

ତୁଳା : ଆଜି ବ୍ୟବସାୟ ଲାଭଜନକ ହେବ । ଚନ୍ଦ୍ର ଯୋଗୁ ସତର୍କ ହେବେ । ହଜିଯାଇଥିବା ଦ୍ରବ୍ୟ ଫେରିପାଇବେ । ଭୋଜନରେ ତୃପ୍ତି ମିଳିପାରେ । ସ୍ୱାଭୀମାନି ହୋଇପାରନ୍ତି । ଶାରୀରିକ ଦୁର୍ବଳ ଅନୁଭବ କରିବେ ।

ବିଛା : ବନ୍ଧୁ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି ।

ଧନୁ : ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହେବାକୁ ପଡ଼ିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହାନି ହୋଇପାରେ ।

ମକର : ଭାତୃବିବାଦରେ ଛନ୍ଦି ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ । ଚଂଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି ।

କୁମ୍ଭ : କାର୍ଯ୍ୟରେ ସଫଳ ରୂପାୟନ କରିପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଜ୍ଞାନୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ବୁଦ୍ଧିମାନ ହେବେ ।

ମୀନ : ଆୟ ଆଶା ରୂପକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ସ୍ଥିର ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା ଜନିତ ପୀଡ଼ା ଉପୁଜିପାରେ । ପ୍ରେମୀ ଓ ସାହାସୀ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking