18.1 C
Bhubaneswar
Saturday, December 20, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଆପଣଙ୍କ ବ୍ୟବସାୟ ଯୋଜନା ସଫଳ ହେବ। ଲକ୍ଷ୍ମୀଙ୍କର ଆଗମନ ହେବ। ଚାକିରିଆମାନେ ଦୂରସ୍ଥାନକୁ ଯାଇପାରନ୍ତି। ଖାଦ୍ୟପାନୀୟ ପ୍ରତି ସଜାଗ ରୁହନ୍ତୁ। ମହିଳାମାନେ ଦେବକାର୍ଯ୍ୟରେ ସଜାଗ ରହିବେ।

ବୃଷ: ଆପଣଙ୍କ କାମର ପ୍ରଦର୍ଶନ ଲାଗି ଦିନଟି ପରିଶ୍ରମ ପୂରା ଫଳ ମିଳିବ। ଆର୍ôଥକସ୍ଥିତି ମଜଭୁତ ହେବ। ନେତା ଆପଣଙ୍କୁ ବଡ଼ କାର୍ଯ୍ୟ ଅର୍ପଣ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ଉଚ୍ଚ କାମ କରି ପ୍ରଶଂସିତ ହେବେ।

ମିଥୁନ: ସୁଖ ସମ୍ମାନ ଲାଭ କରିପାରନ୍ତି। ଜନ ସମର୍ଥନ ପାଇଁ ଖୁସି ହେବେ। ପ୍ରୀତି ଭୋଜନରେ ଆପ୍ୟାୟତ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସୁଯୋଗ ଅଛି। ସତକର୍ମରେ ନିୟୋଜିତ ହେବେ।

କର୍କଟ: ଦିନଟି ଆପଣଙ୍କା ପାଇଁ ଅନୁକୂଳ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହାଦ୍ୱାରା ଜୀବନରେ ପରିବର୍ତନ ଆସିବ। ବ୍ୟବସାୟିକ କାରନାମା ବିସତାର ହେବ। ରାଜନୀତିରେ ଲାଭ ପାଇବେ। ବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ।

ସିଂହ : ସକାରାତ୍ମକ ଭାବନାରେ ରୁହନ୍ତୁ। କଷ୍ଟ ମନେହେଉଥିବା କମା ସହଜରେ କରିନେବେ। ଲାଗି ରହିଥିବା ମନମାଳିନ୍ୟ ଦୂର ହେବ। ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ। ଧନଲାଭର ଯୋଗ ଅଛି। ମହିଳାମାନେ ଗୃହକାର୍ଯ୍ୟରେ ଲାଗିରହିବେ।

କନ୍ୟା: କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ବିଶିଷ୍ଟବ୍ୟକ୍ତି ଭାବେ ସମ୍ମାନିତ ହେବେ। ମଧୁରଭାଷୀ ହେବେ। ମିତ୍ରମାନଙ୍କ ସହ ଯୋଗାଯୋଗ ପାଇ ଖୁସି ହେବେ।

ତୁଳା : ଆତ୍ମ ବିଶ୍ୱାସର ସହିତ କାମ କରନ୍ତୁ। ସଫଳତା ନିଶ୍ଚୟ ମିଳିବ। ଭାଷାଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇ ପାରନ୍ତି। ଭ୍ରମଣରେ ଯିବାବେଳେ ନିଜର ଜିନିଷ ପତ୍ର ପ୍ରତି ଧ୍ୟାନ ରଖନ୍ତୁ।

ବିଛା: ଆଜି କାର୍ଯ୍ୟକ୍ଷେତ୍ର ସାମୟିକ ଭାବେ ସମସ୍ୟା ବହୁଳ ହୋଇପାରେ। ଥଣ୍ଡାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଂଚଳ ସ୍ୱଭାବର ହେବେ। ଖର୍ଚ୍ଚାନ୍ତ ହେବେ।

ଧନୁ : କାର୍ଯ୍ୟ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚଂଚଳ ପ୍ରକୃତିର ହେବେ।

ମକର: ଆପଣ ନିଜକୁ ଉଦାରତା ଅନୁଭବ କରିବେ। କୂଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

କୁମ୍ଭ : ଆଜି ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଯାତ୍ରା ଆନନ୍ଦଦାୟକ ହେବ। ଭାଗ୍ୟଶାଳୀ ହୋଇପାରନ୍ତି।

ମୀନ: ସୁଖପ୍ରାପ୍ତି ଲାଗି ଦିନଟି ଭଲ। ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ। ପରିସ୍ଥିତିରେ ପଡ଼ି ମନରେ ଈର୍ଷାଜାତ ହୋଇପାରେ। ସ୍ୱାଭିମାନୀ ହେବେ। ଶାରୀରିକ ଦୂର୍ବଳତା ଅନୁଭବ କରିପାରନ୍ତି। ଚନ୍ଦ୍ରଭୋଗ ହେତୁ ଜଳଯାତ୍ରା କରିବା ମନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking