42.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୂଲ ବୁଝିବେ । ଭାବୁ ଥିବା କାମଟି ପୂର୍ଣ୍ଣାଙ୍ଗ କରିବେ । ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।

ବୃଷ : କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ଭୁରି ଭୁରି ପ୍ରଶଂସା କରିବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ ।

ମିଥୁନ: ଅଫିସରେ ସୁସମ୍ପର୍କ ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ । ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇପାରେ ।

କର୍କଟ : ଦୃଢ଼ ମନୋବଳ ଯୋଗୁଁ ବହୁ ବିପଦରୁ ରକ୍ଷା ପାଇଯିବେ । ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି । ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି । ମାଲିମୋକଦ୍ଦମାରେ ସ୍ଥିତି ଅନୁକୂଳ ରହିବ ।

ସିଂହ : ଭୂଲ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ସୁସମ୍ପର୍କ ବ୍ୟାହତ ହୋଇପାରେ । ଜମିଜମା ବିବାଦୀୟ ପରିସ୍ଥିତି ମୁକାବିଲା କରିବେ । ମହିଳାମାନଙ୍କର କଳା ସାହିତ୍ୟ ପ୍ରତି ଭଲ ହେବ ।

କନ୍ୟା : ସକାଳ ସକାଳୁ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବେ । ଭୂଲ ମାର୍ଗରେ ଅନୁସରଣ କରି ହଇରାଣ ହେବେ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ । ମହିଳାମାନେ ପରିସ୍ଥିତିରେ ପଡ଼ି ନିଜକୁ ସନ୍ତୁଳିତ କରିବେ ।

ତୁଳା : ଆଜି ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନମାଳିନ୍ୟ ହେବ । ଯାତ୍ରା ସମୟରେ ଅସାବଧାନାତା ବଶତଃ ଦ୍ରବ୍ୟ ନଷ୍ଟ ହେବ । ବହୁଦିନର ସମସ୍ୟା ସମାଧାନ ହେବ ।

ବିଛା : ପରିବାରେ ଖର୍ଚ୍ଚ ଭାର କ୍ରମଶଃ ବୃଦ୍ଧି ପାଇବ । ଅଫିସ କାମରେ ଆଲୋଚନା ହେବ । ନିଜର କେତେକ କୁକର୍ମ ସକାଶେ ଅନୁତାପ କରିବାକୁ ପଡ଼ିପାରେ ।

ଧନୁ : ଆଜି କୌଣସି କାମ ଅଟକି ରହିବ ନାହିଁ । ନିଜର ଲୋକମାନେ ଶତ୍ରୁତା ହେବେ । ନିଜ କାମ ଛାଡ଼ି ପରକଥାରେ ମୁଣ୍ଡ ପୁରାଇବେ । ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ମକର : ଆଜି କର୍ମକ୍ଷେତ୍ରରେ ସମସ୍ୟା ସରଳ ରହିବ । ଆକସ୍ମିକ ଭାବରେ ଶୁଭ ଖବର ପାଇବେ । ବ୍ୟବସାୟରେ ଉନ୍ନତି ଘଟିବ । ଆତ୍ମୀୟଭାବେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି ।

କୁମ୍ଭ : ଆକସ୍ମିକ ଭାବରେ ଯାନ ବାହନ କିଣିପାରନ୍ତି । ପିଲାମାନଙ୍କର କୌଣସି ବ୍ୟତିକ୍ରମକୁ ସଜାଡିବା ପାଇଁ ସ୍ତ୍ରୀଙ୍କ ସହ ଆଲୋଚନା କରିବେ । ଧର୍ମ ଚର୍ଚ୍ଚା ଉପରେ ମନ ବଢ଼ାଇବେ ।

ମୀନ : ଆଜି ପରିବାରରେ ମନୋମାଳିନ୍ୟ ଘଟିବ । ପୂର୍ବାବସ୍ଥା ଫେରିପାଇବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ବେଖାତିର କରିପାରନ୍ତି । ମହିଳାମାନେ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking