31.1 C
Bhubaneswar
Monday, May 20, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜିର ଚନ୍ଦ୍ର ପାପ ଗ୍ରହ ରାହୁ ମୁକ୍ତ ହେତୁ ପାରିବାରିକ ସମସ୍ୟା ଦେଖାଦେବ । ସ୍ୱାସ୍ଥ୍ୟ ହାନି ସମସ୍ୟା ଦେଖାଦେବ । ଜମି ଜମା କିଣା ବିକା ଓ କଚେରୀ ମାମଲା ଆଲୋଚନାରେ ସମୟ ଅତିବାହିତ କରିବେ । ଅର୍ଥ ସମସ୍ୟା ଦେଖାଦେବ । ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଅଧ୍ୟୟନ କରିବେ ।

ବୃଷ : ମଙ୍ଗଳ ଦ୍ୱାଦଶରେ ଥିବାରୁ ଆପଣ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅତୀତର କୌଣସି ବିବାଦୀୟ ଘଟଣା ସମାଧାନ ହୋଇଯିବ । ପାରିବାରିକ ସ୍ଥିତି ସେତେଟା ଭଲ ରହି ନପାରେ । ପୁରୁଣା ମାମଲାରେ ଜଡ଼ିତ ରହିବେ । ବନ୍ଧୁଙ୍କ ସହ ମତପାର୍ଥକ୍ୟ ଦେଖାଦେବ ।

ମିଥୁନ : ରାହୁ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ଠିକ୍ ନିଷ୍ପତି ନେବାରେ ଦ୍ୱନ୍ଦରେ ପକାଇପାରେ । ଅଭାବ ଅସୁବିଧା ନଥିଲେ ମଧ୍ୟ ଦେହର ପୁରୂଣା ରୋଗ ଦାଉ ସାଧିବ । ମନ ଭିତରେ ଅକୁହା କଥାକୁ କହିବାରେ ମଧ୍ୟ ପଛେଇ ରହିବେ । ଯାହା ଫଳରେ ଅର୍ନ୍ତଦ୍ୱନ୍ଦ ସୃଷ୍ଟି ହେବ ।

କର୍କଟ : ଆନୁଷ୍ଠାନିକ କାମରୁ ସମ୍ମାନ ଲାଭ ହେବ । ବାଣିଜ୍ୟ ବ୍ୟବସାୟ ପରିବହନ କ୍ଷେତ୍ରରେ ଲାଭବାନ୍ ହେବେ । ଜମିଜମା କାରବାରରେ ଲାଭ ମଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ସହାନୁଭୁତି ଅବଲମ୍ବନ କରିବାକୁ ବାଧ୍ୟହେବେ । ଅଧିକାଂଶ ସମୟ ଅନ୍ୟମନସ୍କ ରହିବା ଦ୍ୱାରା କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ ।

ସିଂହ : ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ଅପୂରଣୀୟ ହୋଇ ରହିବ ନାହିଁ । ପାରିବାରିକ ସ୍ଥିତି ଭଲ ରହିବ । ନୂତନ ଗୃହ ଓ ଯାନବାହନ ଦୋକାନ ବ୍ୟବସାୟ ଆମଦାନୀ କାରବାର ଭଲରେ ଚାଲିବ । ପରିବାରରେ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିପାରେ ।

କନ୍ୟା : କର୍ମକ୍ଷେତ୍ରରେ କୌଣସି ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ସାମାଜିକ ଆବଶ୍ୟକତା ପରିପୂର୍ଣ୍ଣତା ଲାଭ କରି ନଥିଲେ ମଧ୍ୟ ବର୍ତମାନ ପାଇଁ ବିଶେଷ ଅସୁବିଧା ରହିବ ନାହିଁ । ମହିଳାମାନେ ଗୃହ କାମରେ ଲାଭରେ ରହିବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।

ତୁଳା : ଆଜି ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସହ ଅଟକ ରହିଥିବା ସମସ୍ୟାର ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ପଦୋନ୍ନତି ଘଟିପାରେ । ଆଶାରଖି ମନକୁ ଦ୍ୱନ୍ଦରେ ପକାଇବେ । ବିତର୍କରେ ସମ୍ମୁଖିନ ନ ହୋଇପାରନ୍ତି । ଛାତ୍ରଛାତ୍ରୀମାନେ ଦୂର ଯାତ୍ରା କରିପାରନ୍ତି ।

ବିଛା : ମୁଖ ଭାବରେ ଗ୍ରହମାନେ ଆପଣଙ୍କ ବାକ୍ ସଂଯମତାକୁ କ୍ଷୁର୍ଣ୍ଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି । ରାଜନୀତି, ପ୍ରଶାସନ, କଳା ସାହିତ୍ୟରେ ସମ୍ମାନୀତ ହୋଇପାରନ୍ତି । ସଂଗଠନ ଓ କ୍ରୀଡା ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ ।

ଧନୁ : ଗ୍ରହମାନଙ୍କ ଶୁଭ ସମାବେଶ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଅଟକ ରହିଥିବା କାମ ଆଗେଇବ । ଅର୍ଥ ସମ୍ପକରୁ ମଧ୍ୟ ଖୁସି ରହିବେ । ଦୂରେଇ ଯାଇଥିବା ବନ୍ଧୁ ହାତ ବଢ଼ାଇ ପାରନ୍ତି । ପାଖ ପଡ଼ୋଶୀମାନେ ଆପଣଙ୍କ ପ୍ରତି କିଛି କଥା କହିବାକୁ କୁଣ୍ଠିତ କରିବେ ।

ମକର : ଯୋଜନାରେ ପରିବର୍ତନ ଘଟିପାରେ । ନିଜର ପ୍ରମୋଦ ପାଇଁ ନିନ୍ଦିତ ହୋଇପାରନ୍ତି । ସମ୍ପତି ପାଇଁ ଗଣ୍ଡଗୋଳ କରିପାରନ୍ତି । ଚିନ୍ତା ଦୂରେଇଯିବ । ଧର୍ମଭାବନାରୁ ଶାନ୍ତି ମିଳିବ । ନିର୍ମାଣ କାର୍ଯ୍ୟରେ ଆଗେଇବେ ।

କୁମ୍ଭ : ଆଜି ଅଜାଣତରେ ପରିବର୍ତନ ହେବ । ଅନ୍ୟର ନିୟନ୍ତ୍ରଣରେ ରହିବେ । ବୃଥା କାର୍ଯ୍ୟରେ ସମୟ କାଟିବେ । ମାଙ୍ଗଳିକ କାର୍ଯ୍ୟରେ ସମୟ ଦେବେ । ଅତିଥିଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି ।

ମୀନ : ପାରିବାରିକ ଗଣ୍ଡଗୋଳ ଉପୁଜିପାରେ । ଭାତୃବିବାଦ ଦେଖାଦେବ । ପରିସ୍ଥିତି ପ୍ରତି ସଜାଗ ରହିବେ । ମାନସିକ ଉତେଜନା ହୋଇପାରନ୍ତି । ଦାୟିତ୍ୱ ଅଧିକାର ବଢ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking