ସକାଳ ହେଲେ ଫୁଲଟି ଭାବୁଥାଏ , ଆଜି ସିଏ ମନ୍ଦିରକୁ ଯିବ ନା ମଶାଣିକୁ ଯିବ ତେଣୁ ନିଜ ଜୀବନକୁ ଠିକ୍ ଭାବରେ ଉପଭୋଗ କରନ୍ତୁ ଏବଂ ଅନ୍ୟକୁ ବଞ୍ଚିବାକୁ ଦିଅନ୍ତୁ ଅନ୍ୟର ଦୁଃଖ ସମୟରେ ସାହାଯ୍ୟ କରନ୍ତୁ ଏମିତି ବେଳ ଆସିବ ଆପଣ କରିଥିବା ସେବାକୁ ସମସ୍ତେ ପ୍ରଶଂସା ନିଶ୍ଚିତ କରିବେ।ପ୍ରତ୍ୟେହ ରାତିରେ ଶଯ୍ୟା ଧରିବା ପୂର୍ବରୁ ଅନ୍ତତଃ ଦିନ ସାରା କଣ କରିଛନ୍ତି ତାର ବିଶ୍ଳେଷଣ ଓ ତର୍ଜ୍ଜମା କରନ୍ତୁ , ନିଜର ଭୁଲ୍ କୁ ଚିହ୍ନଟ କରନ୍ତୁ , ସେ ଭୁଲକୁ ସୁଧାରିବାର ପ୍ରତିଜ୍ଞା କରି କାମରେ ଲଗାନ୍ତୁ।ଦେଖିବେ ଅଳ୍ପ କେଇଦିନ ପରେ ଆମେ ଜଣେ ଭୁଲ୍ ମଣିଷରୁ ଠିକ୍ ମଣିଷ ନିଶ୍ଚୟ ହୋଇପାରିବା । ଯଦି ଭାଗ୍ୟ ଆମ ସାଙ୍ଗ ଦେଉ ନାହିଁ ତେବେ ବୁଝି ନେବାକୁ ହେବ ଯେ ପରିଶ୍ରମରେ ଅବହେଳା ଅଛି ପରିଶ୍ରମ ଏମିତି କରନ୍ତୁ ଯେମିତି ଭାଗ୍ୟ ଆମ ସାଥ୍ ଦେବା ପାଇଁ ବାଧ୍ୟ ହେବ । ଯଦି ଅନ୍ୟ କାହା ଅପେକ୍ଷା ଆମକୁ ବିଳମ୍ବରେ ସଫଳତା ମିଳୁଛି ତେବେ ଆଦୌ ମନ ଦୁଃଖ କରନ୍ତୁ ନାହିଁ କାରଣ ଛୋଟ ଘରଟି ଖୁବ୍ ଜଲଦି ତିଆରି ହୋଇଯାଏ, କିନ୍ତୁ ମହଲଟି ତିଆରି କରିବାକୁ ସମୟ ହିଁ ଲାଗିଥାଏ ।
ଅଦ୍ଯ କର୍କଟ ଦି୮ନ, ଶ୍ରାବଣ ଶୁକ୍ଳ ମଳ ଷଷ୍ଠୀ ଦ୨୦।୫୧ ଦିଘ ୧।୪୩,ହସ୍ତା ଦ୪୩।୫୨ ରାଘ୧୦।୫୬,କନ୍ୟା ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କର୍କଟ ଦ୧/୧୦/୧୫ ଇଂଘ୫/୨୩/୦୧ ଗତେ ଉଦୟ।
ମକର ଦ୧/୦୪/୦୦ ଇଂଘ୬/୨୨/୧୪ ଗତେ ଅସ୍ତ ।
ଯୋଗିନୀ ବାୟବ୍ୟେ । ଦିବା ଘ୧।୪୩ ଗତେ ଐଶାନ୍ୟେ । ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୦।୫୬ ଗତେ ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବୃଷ ରାଶିର ଘାତଚନ୍ଦ୍ର ।ମିଥୁନ ରାଶିର ଘାତବାର । ଦିବା ଘ୭।୦ ଗତେ ଘ୮।୩୭ ମଧ୍ୟେ କାଳବେଳା । ଘ୩।୭ ଗତେ ଘ୪।୪୪ ମଧ୍ୟେ ବାରବେଳା । ରାତ୍ରି ଘ୧୦।୩୦ ଗତେ ଘ୧୧।୫୩ ମଧ୍ୟେ କାଳରାତ୍ରି ମୃତେ ଦିବା ଘ୧।୪୩ ଗତେ ପାଦ ଦୋଷ । ଫଳଂ ପଶୁ ହାନି | ଅନ୍ନ ଦାନ । ଷଷ୍ଠୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ନିମ୍ବ ଦିବା ଘ୧।୪୩ ଗତେ ତାଳ ଭକ୍ଷଣ ନିଷେଧ।
(ଅମୃତ) – ଦିବା ଘ୭।୦ ମଧ୍ୟେ ଘ୧୦।୧୨ ଗତେ ଘ୧୨।୩୬ ମଧ୍ୟେ ରାତ୍ରି ଘ୭।୮ ଗତେ ଘ୯।୩୨ ମଧ୍ୟେ ଘ୧୧।୫୬ ଗତେ ଘ୩।୮ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୩।୦ ଗତେ ଘ୪।୩୬ ମଧ୍ୟେ ।
ମେଷ: ଆଜିର ଦିନଟି ଆପଣଙ୍କ ଲାଗି ଭଲ ରହିବ।କାମରେ ବ୍ୟସ୍ତ ରହିବା ଯୋଗୁଁ ପିଲାପିଲିଙ୍କୁ କମ୍ ସମୟ ଦେଇପାରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ନବ ବିବାହିତଙ୍କ ଲାଗି ଦିନଟି ଭଲ ରହିବ।
ବୃଷ: ଦୂର ଯାତ୍ରା କରି ପାରନ୍ତି।ଦୀର୍ଘ ଦିନରୁ କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। କୌଣସି କାମରେ ବନ୍ଧୁର ସହାୟତା ନେଇପାରନ୍ତି। ଗୃହିଣୀଙ୍କୁ ପରିବାରର ସହଯୋଗ ମିଳିବ।
ମିଥୁନ: ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରର ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଅବିବାହିତଙ୍କ ଲାଗି ବିବାହର ଶୁଭ ପ୍ରସ୍ତାବ ଆସିବ।
କର୍କଟ: ଅଫିସରେ ଆପଣଙ୍କର ଅଧୁରା କାମ ଦେଖି ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହେବେ। ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଅନୁକୂଳ ରହିବ।
ସିଂହ: ସନ୍ଧ୍ୟା ସୁଦ୍ଧା ଭଲ ଖବର ପାଇବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କାରବାରରେ ନୂଆ ଯୋଜନା ତିଆରି କରିବା ପୂର୍ବରୁ ଦୁଇ ତିନିଜଣଙ୍କର ମତ ନିଅନ୍ତୁ।
କନ୍ୟା: ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଶିକ୍ଷକ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।*
ତୁଳା: ଯେଉଁ କାମ କରିବାକୁ ଭାବିବେ ଅଧିକ ପରିଶ୍ରମ ବଳରେ ସଂପୂର୍ଣ୍ଣ କରିନେବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।*
ବିଛା: ନୂଆ କାମ ଆରମ୍ଭରେ ଯଥେଷ୍ଟ ଲାଭ ପାଇବେ। ବିବାଦଠୁଁ ଦୂରରେ ରୁହନ୍ତୁ। ନବ ବିବାହିତ ନିଜର ସାଥୀ ସହ ଭଲରେ ସମୟ ଅତିବାହିତ କରିବେ।
ଧନୁ: ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ଆପଣଙ୍କ ଉନ୍ନତିକୁ କିଛି ଲୋକ ବିରୋଧ କରିପାରନ୍ତି। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ମକର: ଆପଣଙ୍କୁ ଅନ୍ଲାଇନ୍ରେ ଉପାର୍ଜନର ମଉକା ମିଳିବ। ବନ୍ଧୁମାନଙ୍କ ସହିତ ବସି ପୂର୍ବ ମାମଲାକୁ ସମାଧାନ କରିନେବେ। ସିନେମା ଦେଖିବାର ଯୋଜନା କରିବେ।
କୁମ୍ଭ: କିଛି ନୂଆ ଶିଖିବା ପାଇଁ ଭଲ ଦିନଟିଏ। ବ୍ୟବସାୟରେ ସାହସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଅନ୍ୟମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ।
ମୀନ: କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବା ଚେଷ୍ଟାରେ ସଫଳ ହେବେ। ବେପାରରେ ଲାଭ କମ୍ ପାଇବେ।