ମେଷ: ବନ୍ଧୁ ଓ ବୁଦ୍ଧିଜୀବୀମାନଙ୍କ ପ୍ରେରଣାରେ ଏକ ସ୍ୱାର୍ଥ ସମ୍ବଳିତ କାମରେ ଅର୍ଥବ୍ୟୟ କରିବେ । ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ବାଦବିବାଦ ଦେଖାଦେବ ।
ବୃଷ: ଆଜି ଅଫିସରେ କେତେକ ସମସ୍ୟାକୁ କେନ୍ଦ୍ରକରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ସନ୍ଧ୍ୟାରେ ତାହା ପାଇବେ । ପୂର୍ବାହ୍ନରେ ବନ୍ଧୁମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇପାରନ୍ତି ।
ମିଥୁନ: ଆଜି ପିଲାଙ୍କ ସମସ୍ୟା ବିଷୟକୁ ନେଇ ମନ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ଚିନ୍ତା ସୃଷ୍ଟି ହୋଇପାରେ । ସଭାସମିତି ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ ।
କର୍କଟ: ବ୍ୟବସାୟ, ବାଣିଜ୍ୟ ପରିବହନ, ପ୍ରଶାସନ ଓ ପ୍ରକାଶ କ୍ଷେତ୍ରରେ ସାମାନ୍ୟ ବିଳମ୍ବ ହେବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ବ୍ୟବସାୟରେ ଲାଭର ଆଶା କମ । ଘର କରିବାକୁ ଇଚ୍ଛୁକ ହେବେ ।
ସିଂହ : ବନ୍ଧୁ ଦର୍ଶନର ଯୋଗ ରହିଛି । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରଙ୍କ ପ୍ରୀୟଭାଜନ ହେବ । ବ୍ୟବସାୟରେ କ୍ଷତି ସହିପାରନ୍ତି । ମହିଳାମାନେ ଦୂରଯାତ୍ରା କରିପାରନ୍ତି ।
କନ୍ୟା : ଆଜି ପରିବାର ଭିତରେ ସୌହାର୍ଦ୍ଦତା ମଧ୍ୟରେ କାମ କରିବେ । ଭାଇଙ୍କ ଅଭାବ ଅସୁବିଧା ସାଙ୍ଗକୁ କିମ୍ବା ସ୍ୱାସ୍ଥ୍ୟହାନୀ କାରଣକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତି ରହିବ । ନୂତନ କର୍ମସଂସ୍ଥା କିମ୍ବା ବ୍ୟବସାୟ ପ୍ରତି ତରବର ହୋଇ ସିଦ୍ଧାନ୍ତ ନ ନେବା ଉଚିତ ।
ତୁଳା: ଆଜି ଦେବଦର୍ଶନରେ ଶାନ୍ତି ମିଳିବ । ବ୍ୟବସାୟରେ ଅଳ୍ପ ଲାଭ ମିଳିବ । ଶତ୍ରୁ ବିବାଦ ଲାଗି ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ । ଆଜି ଦିନଟି ହସଖୁସିରେ ଅତିବାହିତ କରିପାରନ୍ତି । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଦୂରଯାତ୍ରା ଯୋଗ ଅଛି।
ବିଛା: କୌଣସି କାମ ଉତ୍ସାହପ୍ରଦ ହେବନାହିଁ । ପରୋକ୍ଷଭାବରେ ଶତ୍ରୁତା କରୁଥିବା ବ୍ୟକ୍ତିମାନେ କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି । କାରବାର, ପରିବହନ, ଷ୍ଟେସନାୀ ଦୋକାନ ବିଶେଷ ଭାବେ ଲାଭବାନ ହେବେ । ମହିଳାମାନେ ବାପଘର କଥା ନେଇ ଚିନ୍ତିତ ରହିବେ ।
ଧନୁ: ଆଜି ହାତକୁ ନେଇଥିବା ସବୁ କାମଗୁଡ଼ିକ ଶୃଙ୍ଖଳିତ ରହିବ ଏବଂ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ସାଙ୍ଗସାଥୀମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କିନ୍ତୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି ।
ମକର: ଅଯଥା କଳହରୁ ଦୂରେଇ ରହିବା ଭଲ ହେବ । କାରଣ ପରିସ୍ଥିତି ଯେପରି ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ତାହାକୁ ଭୁଲ ବୁଝିବେ । କେତେକ ଅପୁରଣୀୟ ଆଶା ମନରେ କହିଲେ ମଧ୍ୟ ଅନ୍ୟମାନେ ତାହାକୁ ଭୁଲ ବୁଝିବେ ।
କୁମ୍ଭ: ବ୍ୟବସାୟରେ ଲାଭବାନ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମିବାହାନ ଇତ୍ୟାଦି କ୍ରୟ କରିପାରନ୍ତି । ମାନସମମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଗୃହରେ ପୂଜାକାର୍ଯ୍ୟରେ ଲାଗିରହିବେ ।
ମୀନ: ଆଜି କର୍ମକ୍ଷେତ୍ରରେ ଭୁଲ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ସତସଙ୍ଗ ଓ ଧର୍ମକର୍ମ ଦିଗକୁ ମନ ବଳାଇବେ । କାର୍ଯ୍ୟକ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି । ପୂର୍ବପରି ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ଓ ଶିଳ୍ପବାଣିଜ୍ୟ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।