ମେଷ : କର୍ମଫଳ ଭୋଗ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବେ । ଉତମ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।
ବୃଷ : ଶନିଙ୍କ ପ୍ରଭାବରୁ ଦେବ ଦେବ ମହାଦେବଙ୍କ ଦର୍ଶନ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋଭାବ ଦେଖାଦେବ । ମଧୁରଭାଷୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।
ମିଥୁନ : କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରମ ସୋଭାଗ୍ୟଶାଳୀ ହୋଇପାରନ୍ତି । ଉତମ ବ୍ୟକ୍ତିତ୍ୱ ସପଂନ୍ନ ହେବେ । ପରଦେଶୀବାସୀ ,ମଧୁରଭାଷୀ ଓ ସହନଶୀଳ ହେବେ ।
କର୍କଟ : ଚନ୍ଦ୍ରଭୋଗ ହେଉଥିବାରୁ ଉତମ ଭୋଜନରେ ଆପ୍ୟାୟତ ହେବେ । ସରକାରୀ କିମ୍ବା ବନ୍ଧୁ ସାହାଯ୍ୟ ପାଇ ଲାଭବାନ୍ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ।
ସିଂହ : କର୍ମକ୍ଷେତ୍ରରେ ଦ୍ୱନ୍ଦ ଉପୁଜିପାରେ । ବ୍ୟବସାୟରେ ସଫଳତା ପାଇବେ । ଚଂଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବେ ।
କନ୍ୟା : ମନରେ ପ୍ରଫୁଲ୍ଲତା ଆସିବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ ।
ତୁଳା : ସରକାରୀ ସ୍ତରରୁ ସମ୍ମାନୀତ ହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ । ଅବାଂଚିତ ଘଟଣା ଘଟିପାରେ ।
ବିଛା : ଆଜି ଅଧିକ ପରିଶ୍ରମ କରିପାରନ୍ତି । ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ । ମନରେ ପ୍ରସନ୍ନତା ଭାବ ଆସିପାରେ। ସୁସ୍ଥ ଓ ନିରାମୟ ସମୟ ଅତିବାହିତ କରିବେ ।
ଧନୁ : ଭାଗ୍ୟଶାଳୀ ହେବାର ସୂଚନା ମିଳିଛି । ଭୋଗବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧି ଲାଭ କରିପାରନ୍ତି ।
ମକର : ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ । ମାତୃ ସୁଖ ମିଳିବ । କଷ୍ଟକର ବ୍ୟାପର ହେବ । ବ୍ୟବସାୟରେ ଲାଭଜନକ ହେବ ।
କୁମ୍ଭ : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି ।
ମୀନ : ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି । ଭାଇମାନଙ୍କ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚାକିରୀ କ୍ଷେତ୍ରରେ ଉଚ୍ଚକର୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ ।