ସମ୍ବଲପୁର: ଆଜି ମହରମ୍ ଥିବା ବେଳେ ସମ୍ବଲପୁରରେ ପୋଲିସ୍ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି । ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ଜିଲ୍ଲା ପ୍ରଶାସନ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ମହରମ କମିଟି ଗୁଡ଼ିକ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ବାହାର କରିପାରିବେ ନାହିଁ । ତେବେ ନିଜ ନିଜ ପଡ଼ାରେ ଶୋଭାଯାତ୍ରା ବାହାର କରିପାରିବେ । ତେବେ କୌଣସି ବିଶୃଙ୍ଖଳା ଦେଖାଗଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଓ ଜିଲ୍ଲା ପ୍ରଶାସନର ଗାଇଡଲାଇନ ମାନିବାକୁ ସମସ୍ତ ମହରମ କମିଟିକୁ କୁହାଯାଇଛି ।