29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଜି ହେଉଛି ବିଶ୍ଵ ଶୁଦ୍ଧ ଶାକାହାର ଦିବସ

ଆଜି ହେଉଛି ବିଶ୍ଵ ଶୁଦ୍ଧ ଶାକାହାର ଦିବସ

ଭୁବନେଶ୍ୱର : ଆଜି ହେଉଛି ‘ୱର୍ଲଡ୍ ଭେଗାନ୍ ଡେ’ ବା ବିଶ୍ଵ ଶୁଦ୍ଧ ଶାକାହାର ଦିବସ । ପୃଥିବୀ, ଜୀବଜନ୍ତୁ ଓ ମାନବ ସ୍ବାସ୍ଥ୍ୟ ଉପରେ ଖାଦ୍ୟର ପ୍ରଭାବ ସମ୍ପର୍କରେ ଏହା ସଚେତନତା ସୃଷ୍ଟି କରିବା ସହ ବିଶ୍ବବାସୀଙ୍କୁ ଶାକାହାରୀ ଜୀବନଶୈଳୀ ଆପଣେଇବା ପାଇଁ ପ୍ରୋତ୍ସାହିତ କରିଥାଏ। ଭେଗାନିଜମ୍ ହେଉଛି ଖାଦ୍ୟ, ପୋଷାକ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ପଶୁଜାତ ଦ୍ରବ୍ୟର ବ୍ୟବହାରରୁ ଦୂରେଇରହିବା । ଶାକାହାର ହେଉଛି ଉଦ୍ଭିଦ ଭିତ୍ତିକ ଫଳ, ପରିବା, ଆଦି ଖାଦ୍ୟାହାରକୁ ବୁଝାଇଥାଏ । ଆମିଷ ଖାଦ୍ୟରୁ ଦୁରେଇ ରହିବା ଦ୍ୱାରା ଦ୍ଵାରା ସ୍ୱାସ୍ଥ୍ୟ କିପରି ଠିକ୍ ରହେ ଏବଂ ପରିବେଶ କିପରି ଉପକାରିତା ପାଇଥାଏ ସେ ବିଷୟରେ ସଚେତନତା କରିବା ପାଇଁ ଏହି ଦିବସ ପାଳନ କରାଯାଏ । ସବୁଜ ପନିପରିବା ଖାଇବା ଦ୍ଵାରା ଶରୀର ସୁସ୍ଥ, ପୁଷ୍ଟିକର ରହେ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ପ୍ରତିବର୍ଷ ହଜାର ହଜାର ଲୋକ ସୁସ୍ଥ ରହିବା ପାଇଁ ଶାକାହାରୀ ହେଉଛନ୍ତି। । ଯେହେତୁ ଶାକାହାରୀ ଖାଦ୍ୟ ମଧ୍ୟ ପଶୁମାନଙ୍କ ପ୍ରତି ନିର୍ଦ୍ଦୟତାକୁ ରୋକିଥାଏ ତେଣୁ ଆମେ କିପରି ଅଧିକରୁ ଅଧିକ ପନିପରିବା ଖାଇବା ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍।୧୯୯୪ ମସିହାରେ ୟୁନାଇଟେଡ୍ କିଙ୍ଗଡମ୍‌ର ଶାକାହାରୀ ସମାଜର ଅଧ୍ୟକ୍ଷ ଲୁଇ ୱାଲିସ୍‌ଙ୍କ ଦ୍ବାରା ଏହି ଦିବସ ସ୍ଥାପନ କରାଯାଇଥିଲା। ତାହା ପରଠାରୁ ପ୍ରତିବର୍ଷ ନଭେମ୍ବର ୧ ତାରିଖରେ ଶୁଦ୍ଧ ଶାକାହାର ଦିବସ ପାଳିତ ହୋଇ ଆସୁଛି ଏବଂ ତାହା ଏକ ବିଶ୍ୱସ୍ତରୀୟ ଉତ୍ସବରେ ପରିଣତ ହୋଇଛି । ବିଗତ ବର୍ଷମାନଙ୍କରେ ଏହି ଦିବସ ଏକ ଚଳଚଞ୍ଚଳ ତଥା ନୈତିକ ଜୀବନଶୈଳୀ ସ୍ବରୂପ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି: ‘ପୃଥିବୀ ପାଇଁ ଶୁଦ୍ଧ ଶାକାହାର’ ଅର୍ଥାତ୍‌ ମନୁଷ୍ୟ ସମେତ ଜୀବଜନ୍ତୁ ଓ ସମଗ୍ର ପୃଥିବୀର ସ୍ବାସ୍ଥ୍ୟ ପାଇଁ ଶାକାହାର ଯଥାର୍ଥ । ମୋଟାମୋଟି ଭାବେ ଏହି ଦିବସ ଜନସାଧାରଣଙ୍କୁ ପଶୁପକ୍ଷୀ ଶୋଷଣରୁ ମୁକ୍ତ ଶାକାହାର ଖାଦ୍ୟର ଉପକାରିତା ବିଷୟରେ ଅବଗତ କରିବା, ପଶୁମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିଥାଏ ଏହି ଦିବସ ଅବସରରେ ଜନସାଧାରଣ, ସରକାର, ସ୍ଵେଚ୍ଛାସେବୀ ସଂଗଠନ ଓ ଅନ୍ୟାନ୍ୟ ସଂସ୍ଥା ଏକତ୍ରିତ ହୋଇ ଲୋକଙ୍କୁ ପଶୁମାନଙ୍କ ଶୋଷଣ ବିଷୟରେ ସଚେତନ କରିବା ସହ ସେଥିରୁ ମିଳୁଥିବା ଉତ୍ପାଦର ବ୍ୟବହାରରୁ ଦୂରେଇ ରହି ସେମାନଙ୍କୁ ଭଲ ପାଇବା ଓ ଯତ୍ନ ନେବା ଲାଗି ଉତ୍ସାହିତ କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking