19.1 C
Bhubaneswar
Wednesday, January 15, 2025
Homeଓଡିଶାଆଜି ବିଶ୍ୱ କିଡନୀ ଦିବସ

ଆଜି ବିଶ୍ୱ କିଡନୀ ଦିବସ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ପ୍ରତି ସଜାଗ ନ ରହିଲେ ନାନାଦି ପ୍ରକାରର ରୋଗ ଶରୀରକୁ ଗ୍ରାସ କରେ । ଆଜିର ସମୟରେ ଅଧିକାଂଶ ଲୋକ ଖାଦ୍ୟପେୟରେ ଅନିୟମିତତା ଏବଂ ଜଙ୍କଫୁଡ୍ ଅତ୍ୟଧିକ ଖାଇବା ଯୋଗୁଁ କିଡନୀ ରୋଗରେ ପୀଡିତ ହୋଇଥାନ୍ତି । ଠିକ୍ ସମୟରେ ଏହାର ନିରାକରଣ ନ କଲେ ପରେ ଏହି ରୋଗ ଅନେକ ଦାଉ ସାଧିଥାଏ । ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା କିଛି କମ୍ ନାହିଁ । କିଡନୀ ପ୍ରତ୍ୟାରୋପଣ ପରେ ବି କିଛି ଲୋକଙ୍କ ମଧ୍ୟରେ ସମସ୍ୟା ଲାଗି ରହିଥାଏ । ତେବେ ଆଜି ହେଉଛି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୧୪ ତାରିଖକୁ ବିଶ୍ୱରେ କିଡନୀ ଦିବସ ରୁପେ ପାଳନ କରାଯାଏ । ଆସନ୍ତୁଳିତ ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଅନେକ ମଣିଷ ରୋଗର ଶିକାର ହେଉଛନ୍ତି । ଏବଂ ପ୍ରତି ୧୦ ଜଣରେ ଜଣେ କିଡନୀ ରୋଗୀ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ଖରାପ ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା କିଡନୀ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ । ଏହା ସହିତ ମଧୁମେହ, ଉଚ୍ଚରକ୍ତଚାପ ଭଳି କେତେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ କିଡନୀ କୁ ଖରାପ କରିଥାଏ । କହିବାକୁ ଗଲେ କିଡନୀକୁ ସୁସ୍ଥ ରଖିବା ପାଇଁ ପାଣି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଆଉ ଯଦି ଆପଣ କମ ପାଣି ପିଉଛନ୍ତି , ଏହା କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ବଢାଇଥାଏ । ତେଣୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା କିଡନୀ ସୁସ୍ଥ ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking