39.1 C
Bhubaneswar
Sunday, June 7, 2026
Homeଓଡିଶାବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ଭୁବନେଶ୍ୱର: ବମ୍ବେଠାରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚିକିତ୍ସାଧୀନ ଥିଲା ବେଳେ, ଆଜି ତାଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡିର ବରିଷ୍ଠ ନେତା ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ସାଂସଦ ମାନସ ମଙ୍ଗରାଜ, ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ, ସୁଶାନ୍ତ ରାଉତ, ବିଶ୍ୱ ରଂଜନ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଭେଟିଥିଲେ । ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଟିମ୍ ସହିତ ମଧ୍ୟ ଭେଟି ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଖୁବଶୀଘ୍ର ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ହୋଇ ଓଡିଶାକୁ ଜୁଲାଇ ପ୍ରଥମ ସପ୍ତାହରେ ଫେରିବେ ବୋଲି ଦଳର ଉପସଭାପତି ତଥା ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଶ୍ରୀ ସଂଜୟ କୁମାର ଦାସବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking