18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଆଜି ମୋଦୀଙ୍କ ୧୦୦ତମ ‘ମନ୍ କୀ ବାତ୍‌’; ଜାତିସଂଘରେ ହେବ ସିଧା ପ୍ରସାରଣ

ଆଜି ମୋଦୀଙ୍କ ୧୦୦ତମ ‘ମନ୍ କୀ ବାତ୍‌’; ଜାତିସଂଘରେ ହେବ ସିଧା ପ୍ରସାରଣ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ୍ ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହା ‘ମନ୍ କୀ ବାତ୍‌’ର ୧୦୦ତମ ସଂସ୍କରଣ । ଏହି ଐତିହାସିକ ସଂସ୍କରଣକୁ ନ୍ୟୁୟର୍କସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ସିଧା ପ୍ରସାରଣ କରାଯିବ ବୋଲି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟ୍ୱିଟ୍ କରି ଜଣାଇଛନ୍ତି । ରବିବାର ଭାରତୀୟ ସମୟ ସକାଳ ୧୧ଟାରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

ତେବେ ସେତେବେଳେ ନ୍ୟୁୟର୍କର ସ୍ଥାନୀୟ ସମୟ ରବିବାର ରାତି ୧.୩୦ ହୋଇଥିବ ବୋଲି ଜଣାପଡିଛି । ଜାତିସଂଘ ଟ୍ରଷ୍ଟିସିପ୍ କାଉନସିଲ୍‌ଙ୍କ ଚ୍ୟାମ୍ବରରେ ଏହି ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ଆମେରିକାରେ ବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ନ୍ୟୁୟର୍କସ୍ଥିତ ଭାରତର ବାଣିଜ୍ୟିକ ଦୂତାବାସ ପକ୍ଷରୁ ନ୍ୟୁଜର୍ସିଠାରେ ଏହି ସଂସ୍କରଣର ସିଧା ପ୍ରସାରଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ସୂଚନାଯୋଗ୍ୟ ୧୦୦ତମ ସଂସ୍କରଣ ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦୁଇଦିନ ପୂର୍ବେ ସ୍ୱତନ୍ତ୍ର ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking