37.1 C
Bhubaneswar
Friday, May 17, 2024
Homeଅପରାଧନାବାଳିକା ବଳତ୍କାର ମାମଲାରେ ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ମାମଲାରେ ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

କଟକ: ଏକ ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟ ଆସାମୀ ଚନ୍ଦନ ପୂର୍ତ୍ତି (୨୯)କୁ ୧୪ ବର୍ଷ ସଶ୍ରମ କରାଦଣ୍ଡ ପ୍ରଦାନ କରିଛନ୍ତି । କୋର୍ଟ ପୋଷକୋ ଆଇନର ୬ ଦଫାରେ ଏପରି ଦଣ୍ଡବିଧାନ କରିଛନ୍ତି । ଏଥିସହିତ ଆସାମୀକୁ କୋର୍ଟ ୧୦ ହଜାର ଟଙ୍କାର ଜରିମାନା ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ କୋର୍ଟ ପୀଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପୋଷକୋ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ । ଆସାମୀ ଜଣକ ଭୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଥାନାର ଡାଗଢିହ ଅଞ୍ଚଳର ମୂଳ ବାସିନ୍ଦା । ସେ ଚୌଦ୍ୱାରର ରାମଚନ୍ଦ୍ରପୁର ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ହେବ ରହୁଥିଲା । ତେବେ ଘର ମାଲିକଙ୍କ ସହ ପାଟିତୁଣ୍ଡ ପରେ ସେ ନାବାଳିକାଙ୍କ ଘରେ ୧୦ ଦିନ ପାଇଁ ରହି ଆସୁଥିଲା । ୨୦୧୬ ମସିହା ଜୁନ୍ ୧୬ ତାରିଖରେ ଚନ୍ଦନ ଉକ୍ତ ନାବାଳିକା ପିତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ତାକୁ ନିକଟସ୍ଥ ମାଛପଙ୍ଗୀ ଜଙ୍ଗଳକୁ ନେଇ ବଳତ୍କାର କରିଥିଲା ।

ତେବେ ବଳତ୍କାରର ସମୟରେ ନାବାଳିକାର ଚିତ୍କାର ଶୁଣି ସେଠାରେ ଲୋକ ଜମା ହୋଇଯିବାରୁ ଚନ୍ଦନ ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ପୀଡିତାର ପରିବାର ପକ୍ଷରୁ ଘଟଣାଦିନ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଚୌଦ୍ୱାର ପୁଲିସ୍ ଚନ୍ଦନକୁ ଗିରଫ କରି ତା ବିରୋଧରେ ଗତ ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷକୋ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking