ଭୁବନେଶ୍ୱର : ସେ ମାନବ ରୂପ ମର୍ଯ୍ୟାଦା ପୁରୁଷୋତ୍ତମ, ଧର୍ମ ସଂସ୍ଥା ପନା ପାଇଁ ତାଙ୍କର ଅବତାର,ତାଙ୍କ ଆଗମନ ଧରା ଧାମ ଆଣିଥିଲା ଅପୂର୍ଵ ଉନ୍ମାଦନା,ପାପର ବିନାଶ କରି ପୁଣ୍ୟ ସ୍ଥାପନ କରି ଧରା ଧାମରେ ଶାନ୍ତି ପ୍ରତିଷ୍ଠା କରିଥିଲେ, ସତ୍ୟ ଶାନ୍ତି ଦୟା କ୍ଷମା ତଥା ସର୍ବ ଗୁଣ ସମ୍ପୂର୍ଣ ମର୍ଯ୍ୟାଦା ପୁରୁଷୋତ୍ତମ ପରମେଶ୍ୱର ଭଗବାନ ରାମ, ପ୍ରଭୁ ଙ୍କ ଆଗମନ ରେ ଆଜି ପୁଲିକିତ ଧରା ଧାମ, ରାବଣ ଙ୍କ ବିନାଶ ପାଇଁ ବୈକୁଣ୍ଠ ରୁ ଉଲ୍ଲାଇ ଆସିଥିଲେ ଭଗବାନ , ଆଜି ସବୁଠି ଚଳ ଚଞ୍ଚଳ, ଜୟ ଶ୍ରୀ ରାମ ଧ୍ଵନି ରେ ପ୍ରକମ୍ପିତ ଧରା ଧାମ, ତେବେ ରାମ ନବମୀ ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନରେ ପାଳନ କରାଯାଏ। ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବହୁତ ବଡ ପର୍ବ ଭାବରେ ବିବେଚନା କରାଯାଏ। ଚୈତ୍ର ନବରାତ୍ରୀ ମଧ୍ୟ ଏହି ଦିନ ଶେଷ ହୁଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଏହି ଦିନ ଜନ୍ମ ହୋଇଥିଲେ, ତେଣୁ ଏହି ଶୁଭ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ।