26.1 C
Bhubaneswar
Monday, January 27, 2025
Homeଓଡିଶାଆଜି ପବିତ୍ର ମକର ସଂକ୍ରାନ୍ତି: ସାରା ରାଜ୍ୟ ଉତ୍ସବମୁଖର

ଆଜି ପବିତ୍ର ମକର ସଂକ୍ରାନ୍ତି: ସାରା ରାଜ୍ୟ ଉତ୍ସବମୁଖର

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ସାରା ରାଜ୍ୟ ଉତ୍ସବମୁଖର ହୋଇପଡ଼ିଛି। ପୂର୍ବଠାରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଓଡ଼ିଶା ଯାଏ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହେଉଛି ଏହି ପର୍ବ। ଆଜି ସକାଳେ ଘରେ ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ କରାଯାଉଛି।ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏଣେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଗୁଡ଼ିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ।

ଏହାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି। ଏଣେ ମୟୂରଭଞ୍ଜ ଜିଲ୍ଲାର ଲୋକେ ଏହାକୁ ଗଣପର୍ବ ଭାବେ ପାଳନ କରୁଛନ୍ତି। ଏହି ଜିଲ୍ଲାର ଲୋକେ ନୂଆ ପୋଷାକ ପିନ୍ଧିବା ସହ ଘରେ ପିଠାପଣା କରୁଛନ୍ତି। ପିଠା ପଣା ଖାଇ ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିଥାନ୍ତି ଏମାନେ। ସେହିପରି ଏଠାରେ କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତା ବି ଆୟୋଜିତ ହୋଇଥାଏ। ମକର ସଂକ୍ରାନ୍ତି ଅବସରରେ ବାଲୁଗାଁର ପ୍ରସିଦ୍ଧ କାଳିଜାଇଙ୍କ ପୀଠରେ ବି ମକର ମେଳା ପାଇଁ ଲୋକଙ୍କ ଭିଡ଼ ଜମିଛି। ତେଣେ ଘଟଗାଁରେ ମା ତାରିଣୀଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅଟ୍ରିର ହଟ୍ଟକେଶରଙ୍କ ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ ହୋଇଛି। ତେଣେ ଦକ୍ଷିଣ ଓଡ଼ିଶାରେ ଆଜି ଭୋଗି ପର୍ବ ପାଳିତ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking