ନୟାଗଡ: ଓଡ଼ିଆର ସ୍ବାଦ ଓ ପ୍ରତିଟି ଓଡ଼ିଆର ପସନ୍ଦର ମିଠା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅର୍ପଣ ହେଉଥିବା ଏହି ମିଠାର ଦ୍ବିଗୁଣ ସ୍ବାଦ ଓଡ଼ିଆଙ୍କ ସବୁ ପର୍ବପର୍ବାଣୀରେ ଖୋଜାପଡେ । ଆଜି ସେହି ସ୍ବାଦିଷ୍ଟ ଛେନାପୋଡ ପାଇଁ ଉତ୍ସର୍ଗୀକୃତ ଦିନ ଛେନାପୋଡ ଦିବସ । ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ ଦିବସ ଭାବରେ ପାଳନ କରାଯାଏ। ଛେନାପୋଡ଼ ଖାଇବାକୁ ପିଲାଠୁ ବୁଢା ସମସ୍ତେ ପସନ୍ଦ କରିଥାନ୍ତି। ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ ଦିବସ ରୂପେ ପାଳନ କରାଯାଏ। ନୟାଗଡ ମାଟିରୁ ଜନ୍ମ ନେଇଛି ଛେନାପୋଡ । ଏହା କେବଳ ନୟାଗଡ ନୁହେଁ, ସାରା ବିଶ୍ବରେ ପରିଚିତ ହୋଇପାରିଛି । ତେଣୁ ଏହାକୁ ଜିଆଇ ଟ୍ୟାଗର ମାନ୍ୟତା ଲାଗି ଦାବି କରାଯାଉଛି।