27.1 C
Bhubaneswar
Friday, October 18, 2024
Homeଖେଳଆଜି ଭାରତ-ସାଉଥ୍ ଆଫ୍ରିକା ପ୍ରଥମ ଟି-୨୦

ଆଜି ଭାରତ-ସାଉଥ୍ ଆଫ୍ରିକା ପ୍ରଥମ ଟି-୨୦

ଡର୍ବାନ୍ :  ଆଜି  ଠାରୁ ଟିମ୍ ଇଣ୍ଡିଆର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଯାଉଛି । ଦୁଇ ଟିମ୍ ମଧ୍ୟରେ ସର୍ବପ୍ରଥମେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଏହି ସିରିଜ୍‌ରେ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ମଙ୍ଗ ସମ୍ଭାଳିବେ । ସିରିଜ୍‌ର ପ୍ରଥମ ମ୍ୟାଚ୍ ରବିବାର ଡର୍ବାନ୍‌ର କିଙ୍ଗ୍‌ସମିଡ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲି, ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଏହି ସିରିଜ୍‌ରେ ବିଶ୍ରାମ ଦିଆଯାଇଥିବା ବେଳେ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି । ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଏହା ଏହି ଯୁବ ଖେଳାଳିଙ୍କ ପାଇଁ ନିଜ ଦକ୍ଷତା ପ୍ରଦର୍ଶନର ବଡ଼ ସୁଯୋଗ ହେବ ।

ଟିମ୍ ଇଣ୍ଡିଆ ଡର୍ବାନ୍‌ର ଏହି ଷ୍ଟାଡିୟମ୍‌ରେ ବର୍ତ୍ତମାନ ସୁଦ୍ଧା ୫ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ବି ମ୍ୟାଚ୍ ହାରିନାହିଁ । ଏହା ମଧ୍ୟରୁ ୪ଟିରେ ଟିମ୍ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି । ଭାରତ ୨୦୦୭ରେ ପାକିସ୍ତାନକୁ ବଲ୍‌ଆଉଟ୍‌ରେ ୩-୦ରେ ହରାଇଥିଲା । ଏହି ମ୍ୟାଚ୍ ମଧ୍ୟ ଏହି ଷ୍ଟାଡିୟମ୍‌ରେ ଖେଳାଯାଇଥିଲା । ଟି-୨୦ କ୍ରିକେଟ୍‌ରେ ଦୁଇ ଟିମ୍ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨୭ ମୁକାବିଲା ହୋଇଛି । ଏହା ମଧ୍ୟରୁ ୧୩ଟିରେ ଟିମ୍ ଇଣ୍ଡିଆ ବାଜି ମାରିଥିବା ବେଳେ ୧୦ଟି ମ୍ୟାଚ୍ ସାଉଥ୍ ଆଫ୍ରିକା ନାମରେ ରହିଛି । ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ହୋଇଛି । ସେହିପରି ସାଉଥ୍ ଆଫ୍ରିକାରେ ଦୁଇ ଟିମ୍ ମଧ୍ୟରେ ୭ ଟି-୨୦ ମ୍ୟାଚ୍ ଖେଳାଯାଇଛି । ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ଜିତିଥିବା ବେଳେ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।

ଭାରତୀୟ ସ୍କ୍ୱାଡ୍‌: ଯଶସ୍ୱୀ ଜୟସ୍ୱାଲ୍‌, ଶୁବମନ ଗିଲ୍‌, ଋତୁରାଜ ଗାଏକ୍‌ୱାଡ୍‌, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (କ୍ୟାପ୍‌ଟେନ୍‌), ରିଙ୍କି ସିଂହ, ଶ୍ରେୟସ ଆୟର୍‌, ଈଶାନ୍ କିଶନ୍ (ୱିକେଟ୍‌କିପର୍‌), ଜିତେଶ ଶର୍ମା (ୱିକେଟ୍‌କିପର୍‌), ରବୀନ୍ଦ୍ର ଜାଡ଼େଜା (ଭାଇସ୍ କ୍ୟାପ୍‌ଟେନ୍‌), ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ୍‌, ମୁକେଶ କୁମାର, ଦୀପକ ଚହର ।

ସାଉଥ୍ ଆଫ୍ରିକା ସ୍କ୍ୱାଡ୍‌: ଆଇଦେନ୍ ମାର୍କରମ୍ (କ୍ୟାପ୍‌ଟେନ୍‌), ଓଟ୍‌ନାଇଲ୍ ବାର୍ଟମ୍ୟାନ୍‌, ମାଥ୍ୟୁ ବ୍ରିଟ୍‌ଜକେ, ନାନ୍ଦ୍ରେ ବର୍ଗର୍‌, ଜେରାଲ୍ଡ କୋଏଟ୍‌ଜ (୧ମ ଓ ୨ୟ ମ୍ୟାଚ୍‌), ହେନ୍‌ରିକ୍ କ୍ଲାସେନ୍‌, କେଶବ ମହାରାଜ, ଡେଭିଡ୍ ମିଲର୍‌, ଆଣ୍ଡିଲ୍ ଫେଲ୍‌କୁୱାୟୋ, ସବରେଜ୍ ଶମ୍‌ସୀ, ଟ୍ରିଷ୍ଟନ୍ ଷ୍ଟବ୍ସ, ଲିଜାଦ୍ ୱିଲିଅମ୍ସ, ବ୍ୟୁରନ୍ ହେଣ୍ଡ୍ରିକ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking