27.1 C
Bhubaneswar
Saturday, July 27, 2024
Homeଖେଳମହିଳା ଟି-୨୦: ପୁଣି ହାରିଲା ଭାରତ

ମହିଳା ଟି-୨୦: ପୁଣି ହାରିଲା ଭାରତ

ମୁମ୍ବାଇ: ଭ୍ରମଣକାରୀ ଇଂଲଣ୍ଡ ମହିଳା ଟିମ୍ ଶନିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତକୁ ୪ ୱିକେଟ୍‌ରେ ହରାଇ ଦେଇଛି । ଏହ ଭାରତର ଲଗାତାର ଦ୍ୱିତୀୟ ପରାଜୟ ହୋଇଥିବା ବେଳେ ଇଂଲଣ୍ଡ ୨-୦ରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବ୍‌ଜା କରିଛି । ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ମାତ୍ର ୮୦ ରନ୍ ମଧ୍ୟରେ ସୀମିତ ହୋଇଯାଇଥିଲା ।

ଜବାବରେ ଇଂଲଣ୍ଡ ୧୧.୨ ଓଭର୍‌ରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ଏଲିସ୍ କ୍ୟାପ୍ସି ସର୍ବାଧିକ ୨୫ ରନ୍ କରିଥିଲେ । ତାଙ୍କ ବ୍ୟତୀତ ନେଟ୍ ସିଭର୍ ବ୍ରଣ୍ଟ୍ ୧୩ ବଲ୍‌ରେ ୧୬ ରନ୍‌ର ଇନିଂସ୍ ଖେଳିଥିଲେ । ଡାନି ୱାଟ୍ ଓ ଫ୍ରିୟା କ୍ୟାମ୍ପ୍ ଖାତା ମଧ୍ୟ ଖୋଲିପାରି ନଥିଲେ । ଭାରତୀୟ ବୋଲର୍‌ମାନେ ୮୦ ରନ୍‌ର ଛୋଟ ଲକ୍ଷ୍ୟକୁ ଡିଫେଣ୍ଡ କରିବାରେ ଯଥାସମ୍ଭବ ଉଦ୍ୟମ କରିଥିଲେ । ଫାଷ୍ଟ୍ ବୋଲର୍ ରେଣୁକା ଠାକୁର ସିଂହ ପ୍ରାରମ୍ଭିକ ଦୁଇଟି ୱିକେଟ୍ ନେଇ ଟିମ୍ ପାଇଁ କିଛି ଆଶା ସୃଷ୍ଟି କରିଥିଲେ । ମାତ୍ର ଏଲିସ୍ କ୍ୟାପ୍ସି ଓ ନେଟ୍ ସିଭର୍ ନିଜ ଟିମ୍‌ର ଅଧା କାମ ନିଜେ କରିଦେଇଥିଲେ । ଦୀପ୍ତି ଶର୍ମା ଦୁଇଟି, ପୂଜାର ବସ୍ତ୍ରାକାର ଓ ସାକା ଇଶାକ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଇଂଲଣ୍ଡକୁ କିଛିଟା ଅସୁବିଧାରେ ପକାଇଥିଲେ ମଧ୍ୟ ଟିମ୍‌କୁ ବିଜୟୀ କରାଇପାରି ନଥିଲେ ।

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ନିଷ୍ପତ୍ତିକୁ ଇଂଲଣ୍ଡ ବୋଲର୍ ଠିକ୍ ପ୍ରମାଣିତ କରିଥିଲେ । ସେମାନେ ଭାରତୀୟ ଟିମ୍‌କୁ ମାତ୍ର ୧୭ ଓଭର୍ ମଧ୍ୟରେ ୮୦ ରନ୍‌ରେ ସୀମିତ କରିଦେଇଥିଲେ । ଜେମିମା ରଡ୍ରିଗ୍ସ ସର୍ବାଧିକ ୩୦ ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୯ ବଲ୍‌ରୁ ୧୦ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍ ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ । ଚାର୍ଲୋଟ୍ ଡିନ୍‌ଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ଦୁଇ ଟିମ୍ ମଧ୍ୟରେ ସିରିଜ୍‌ର ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking