29.1 C
Bhubaneswar
Sunday, May 19, 2024
Homeଓଡିଶାଅଲମ୍ପିକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଦିଗରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ବିରାଟ ସାଇକେଲ ଶୋଭାଯାତ୍ରା

ଅଲମ୍ପିକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଦିଗରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ବିରାଟ ସାଇକେଲ ଶୋଭାଯାତ୍ରା

ଅଲମ୍ପିକ ଖେଳାଳିମାନେ ଦେଶର ଶୋର୍ଯ୍ୟ ଓ ପ୍ରତିଭାକୁ
ବିଶ୍ୱ ଦରବାରରେ ଗୌରବାନ୍ୱିତ କରୁଛନ୍ତି :ସମୀର ମହାନ୍ତି
 ଅଲମ୍ପିକ ଖେଳାଳିଙ୍କୁ ଉତ୍ସାହିତ କଲେ ରାଜ୍ୟ ସଭପତି
 ଓଡିଶାବାସୀ ସମସ୍ତେ ଏକାଠି ହୋଇ ଅଲମ୍ପିକ ଖେଳାଳିମାନଙ୍କୁ ବିଭିନ୍ନ ଢଙ୍ଗରେ ଉତ୍ସାହିତ କରିବା ପାଇଁ ଆହ୍ୱାନ
 ଓଡିଶାର ତଥା ଭାରତର ଖେଳାଳିମାନେ କଠିନ ପରିଶ୍ରମ କରି ନିଜ ନିଜ ରାଜ୍ୟ ପାଇଁ ମେଡାଲ ଆଣିବେ ଏ
ବିଶ୍ୱାସ ଆମ ଭାରତୀୟଙ୍କ ମନରେ ରହିଛି
ଭୁବନେଶ୍ୱର,  : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଯୁବମୋର୍ଚ୍ଚା ପକ୍ଷରୁ ଏକ ୱେବସାଇଟ
cheer4india.bjym.org ଲଂଚ କରାଯିବା ସହ    BJYM’s #Cheer4India – Be like an Olympian

Campaign  ମାଧ୍ୟମରେ ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରିବା ଓ ସେମାନଙ୍କୁ ମାନସିକ ଭାବେ ଉତ୍ସାହିତ କରିବା ପାଇଁ ବ୍ୟବସ୍ଥା
କରାଯାଇଛି । ଏହି ୱେବସାଇଟ ମାଧ୍ୟମରେ ଓଡିଶାର ଯୁବ ପିଢୀ ରେଜିଷ୍ଟ୍ରେସନ କରି ଆମ ରାଜ୍ୟ ତଥା ଦେଶର ଅଲମ୍ପିକ ଖେଳାଳିମାନଙ୍କୁ
ଉତ୍ସାହିତ କରୁଛନ୍ତି । ଆଜି ରାଜ୍ୟ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସାଇକେଲ ରାଲି ବାହାର କରି ଅଲମ୍ପିକରେ ଭାଗ ନେଇଥିବା ଭାରତର
ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଜନ ସଚେତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅଲମ୍ପିକ ଖେଳାଳିମାନେ ଦେଶର ଶୋର୍ଯ୍ୟ ଓ
ପ୍ରତିଭାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରୁଛନ୍ତି ବୋଲି କହିଥିଲେ । ସେହିପରି ଓଡିଶାର ଓଡିଶାର ୪ ଜଣ ଖେଳାଳି ଦୂତୀ ଚାନ୍ଦ, ଦୀପଗ୍ରାସ
ଏକ୍କା, ବିରେନ୍ଦ୍ର ଲାକ୍ରା, ଅମିତ ରୋହୀଦଶ ଟୋକିଓ ଅଲମ୍ପିକ -୨୦୨୦ରେ ଅଂଶ୍ର ଗ୍ରହଣ କରିଛନ୍ତି । ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ଏହି
ଖେଳାଲିମାନେ ରାଜ୍ୟକୁ ଗୌରବାନ୍ୱିତ କରୁଛନ୍ତି । ଆଗାମୀ ଦିନରେ ଓଡିଶାର ତଥା ଭାରତର ଖେଳାଳିମାନେ କଠିନ ପରିଶ୍ରମ କରି ନିଜ ନିଜ
ରାଜ୍ୟ ପାଇଁ ମେଡାଲ ଆଣିବେ ଏ ବିଶ୍ୱାସ ଆମ ଭାରତୀୟଙ୍କ ମନରେ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଗତ ଦିନରେ ଓଡିଶାର ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ମାଇକେଲ କିଣ୍ଡୋଙ୍କ ଠାରୁ ଆରମ୍ଭ
କରି ଦିଲ୍ଲୀପ ତିର୍କୀ ଓ ଲାଜରୁଶ ବାଲା ଏବଂ ଦୂତୀ ଚାନ୍ଦଙ୍କ ଭଳି ବହୁ ପ୍ରସିଦ୍ଧ ଖେଳାଳି ଓଡିଶାରୁ ନିଜର ଅଲମ୍ପିକ ଯାତ୍ରା ଆରମ୍ଭ କରି ବିଶ୍ୱ
ଦରବାରରେ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଟୋକିଓ ଅଲମ୍ପିକ ୨୦୨୦ରେ କ୍ରୀଡାଜଗତର ୧୨୭ ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ୱ କରି
ଦେଶ ପାଇଁ ଏକ ବିଶାଳ ଏବଂ ନୂତନ ସମ୍ବାବ୍ୟ ଆଣିବାକୁ ଯାଉଛନ୍ତି । ଓଡିଶାବାସୀ ସମସ୍ତେ ଏକାଠି ହୋଇ ଅଲମ୍ପିକ ଖେଳାଳିମାନଙ୍କୁ ବିଭିନ୍ନ
ଢଙ୍ଗରେ ଉତ୍ସାହିତ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଜଗନ୍ନାଥ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମି ରଂଜନ ମହାପାତ୍ର, କ୍ରିକେଟ ଖେଳାଳୀ ଦୀପକ ମଙ୍ଗରାଜଙ୍କ ସମେତ ଯୁବ ମୋର୍ଚ୍ଚାର ବହୁ
କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking