29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଟିଏମ୍‌ସି ନେତାଙ୍କୁ ଗୁଳିକରି ହତ୍ୟା

ଟିଏମ୍‌ସି ନେତାଙ୍କୁ ଗୁଳିକରି ହତ୍ୟା

କୋଲକାତା : ସନ୍ଦେଶଖାଲି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ପାଣିପାଗ ବେଶ୍ ଉଷ୍ମ ରହିଥିବା ବେଳେ ଆଜି ଜଣେ ଶାସକ ଦଳର ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ରିପୋର୍ଟ ଅନୁସାରେ ଉତ୍ତର ୨୪ ପଗ୍ରଣା ଜିଲ୍ଲାର ଅଶୋକନଗର ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ୪୯ ବର୍ଷୀୟ ଟିଏମ୍‌ସି ନେତା ବିଜନ ଦାସଙ୍କୁ କିଛି ଦୁର୍ବୃତ୍ତ ଅତି ନିକଟରୁ ଗୁଳିକରି ହତ୍ୟା କରିଛନ୍ତି । ସମର୍ଥକଙ୍କ ସହ ରାତ୍ରିଭୋଜନ କରିବା ପରେ ବିଶ୍ରାମ ପାଇଁ ଯାଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତରୀ ଦଳ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ବିଜନ ଦାସ୍‌ଙ୍କୁ କିଏ ଓ କାହିଁକି ହତ୍ୟା କରିବ ସେନେଇ ଏବେ ସନ୍ଦେହ ରହିଥିଲେ ମଧ୍ୟ ତାଙ୍କର କାହା ସହ କୌଣସି ପ୍ରକାର ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପକ୍ଷେ ରାଜ୍ୟରେ ସକ୍ରିୟ ଥିବା କିଛି ଜମି ମାଫିଆମାନେ ବିଜନ ଦାସଙ୍କ ଉପରେ ବେଶ୍ କିଛି ସମୟ ଧରି ଅସନ୍ତୁଷ୍ଟ ଥିଲେ ବୋଲି ଜଣାପଡିଛି । ବିଜନ ଦାସଙ୍କ ମାଧ୍ୟମରେ କିଛି ସରକାରୀ ଜମିକୁ ହାତେଇବାକୁ ଏହି ଜମି ମାଫିଆମାନେ ଚେଷ୍ଟା କରିଆସୁଥିଲେ ମଧ୍ୟ ବିଜନ ଦାସ ସେମାନଙ୍କୁ ପାଖ ପୁରାଇ ଦେଉନଥିଲେ ବୋଲି ଜଣାପଡିଛି ।

ଅନ୍ୟପକ୍ଷେ  ହତ୍ୟାକାଣ୍ଡ ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ବହୁସଂଖ୍ୟକ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ ଅପରାଧୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପଶ୍ଚିମବଙ୍ଗ ପୁଲିସ୍ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଜଣେ ହେଲେ ଅପରାଧୀଙ୍କୁ ଗିରଫ କରିପାରିନାହିଁ । ଏହାକୁ ନେଇ ରାଜ୍ୟବ୍ୟାପୀ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking