ମୁମ୍ବାଇ: ମହାରାଷ୍ଟ୍ରର ଧୁଲେରେ ଥିବା ଟିପୁ ସୁଲ୍ତାନ୍ଙ୍କ ଏକ ସ୍ମାରକକୁ ପୁଲିସ ପ୍ରଶାସନ ବୁଲ୍ଡୋଜର୍ ଲଗାଇ ଭାଙ୍ଗିଦେଇଛି । ପୁଲିସ ଅନୁସାରେ ଏହି ସ୍ମାରକଟି ମୁଖ୍ୟ ରାସ୍ତାରେ ନିର୍ମାଣ କରାଯାଇଥିଲା ଏବଂ ଏଥିପାଇଁ ଅନୁମତି ନିଆଯାଇ ନଥିଲା । ଏହାକୁ ଭାଙ୍ଗିବା ପାଇଁ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହାପରେ କୌଣସି ଅପ୍ରୀତିକର ଘଟଣା ହୋଇନାହିଁ ଏବଂ ଅଞ୍ଚଳରେ ପରିସ୍ଥିତି ଶାନ୍ତ ରହିଛି ।