27.1 C
Bhubaneswar
Saturday, July 27, 2024
Homeଓଡିଶାଲିଫ୍ଟ ନେବା ହେଲା କାଳ: ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଲିଫ୍ଟ ନେବା ହେଲା କାଳ: ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ବାଙ୍କୀ: ଲିଫ୍ଟ ନେବା ହେଲା କାଳ । ବାଙ୍କୀ ଦୋଲଣା ପୁର ଗାଁ ଛକ ନିକଟରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ । ଯେଉଁଥିରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ତାଳବସ୍ତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାକେଶ କୁମାର ନାମକ ଜଣେ ଯୁବକ ଡମପଡ଼ା ମେଡିକାଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ସବୁ କାମ ସାରି ନିଜ ଘର ଖୋର୍ଦ୍ଧା ଟାଙ୍ଗିଆପଡ଼ାକୁ ଯାଇଥାନ୍ତି । ଏହିକ୍ରମରେ ଶନିବାର ଦିନ କାମ ସାରି ଘରକୁ ବାହାରିଥିଲେ । କୌଣସି ଗାଡି ନମିଳିବାରୁ ବାଟରେ ଯାଉଥିବା ଅଜୟ ତିରୋଇ ନାମକ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ । ଉଭୟ ନିଜ ନିଜ ଗନ୍ତବ୍ୟସ୍ଥଳେ ଅଭିମୁଖେ ଯାଉଥିବା ବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ସେପଟେ ଘଟଣାସ୍ଥଳରେ ତାଳବସ୍ତ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାଙ୍କୀ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ ନେଇ ସଠିକ୍‌ କାରଣ ଜଣାପଡିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking