ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ତିବତ୍। ତିବତ୍ର ଜିଜାଙ୍ଗ ଅଞ୍ଚଳରେ ସକାଳୁ ଭୂମିକମ୍ପ ହୋଇଥିବା ନେଇ ରାଷ୍ଟ୍ରୀୟ ଭୂବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଜିଜାଙ୍ଗରେ ଅନୁଭୂତ ଭୂମିକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୪.୩ ମପାଯାଇଛି। ଭୂମିକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠର ୧୫୦କିମି ଦୂର ମାଟି ଭିତରକୁ ଥିବା ଅନୁମାନ କରାଯାଉଛି। ଏନ୍ସିଏସ୍ ତରଫରୁ କୁହାଯାଇଛି ଯେ, ଆଜି ସକାଳ ୪ଟା ୫୪ ମିନିଟରେ ଏହି ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ହେଲା କ୍ଷଣି ଭୂପୃଷ୍ଠ ଥରିଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଭୂମିକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୪.୩ ମପାଯାଇଛି। ଭୂମିକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠର ୧୫୦କିମି ଦୂର ତଳକୁ ଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଆସାମର ଗୋଲପାରା ଓ ହିମାଚଳ ପ୍ରଦେଶର କୁଲ୍ଲୁରେ ଭୂମିକମ୍ପ ଅନୁଭୂତ ହୋଇଥିଲା। କୁଲ୍ଲୁ ଭୂମିକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୩.୦ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜୀ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ଏହି ଭୂମିକମ୍ପ ଭୋର ସକାଳ ୩ଟା ୩୯ ମିନିଟରେ ହୋଇଥିଲା।