30 C
Bhubaneswar
Saturday, May 17, 2025
Homeଦେଶ ବିଦେଶନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୩ ଭଉଣୀ

ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୩ ଭଉଣୀ

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଅଭାବନୀୟ ଘଟଣା । ଚାମ୍ବଲ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡିଗଲେ ୩ ଭଉଣୀ । ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣଙ୍କର ମୃତଦେହ ଏପର୍ଯ୍ୟନ୍ତ ଠାବ କରାଯାଇ ନାହିଁ । ସୂଚନା ଅନୁଯାୟୀ, ଗତକାଲି ରେମଜପୁରା ଗ୍ରାମର ଗୋଟିଏ ପରିବାରର ୩ ଭଉଣୀ ଚମ୍ବଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ବଶତଃ ୩ ଭଉଣୀ ନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । କିଛି ସମୟ ପରେ ଗାଧୋଇବାକୁ ଆସିଥିବା ଜଣେ ।ଯୁବକ ୨ଜଣଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ୨ ନାବାଳିକାଙ୍କ ମୃତ ଦେହ ପାଣି ମଧ୍ୟରୁ ଉଦ୍ଧାର କରାଯାଇଥିଲା । ତେବେ ଅନ୍ୟ ଜଣେ ନାବାଳିକାକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking