34.1 C
Bhubaneswar
Friday, March 29, 2024
Homeବିଜିନେସ୍ସାରି ନିଅନ୍ତୁ କାମ, ମେ’ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ସାରି ନିଅନ୍ତୁ କାମ, ମେ’ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ମେ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତେଣୁ ଚଳିତ ମାସରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନଗୁଡିକ ଜାଣିରଖିବା ଉଚିତ୍ । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଅନୁଯାୟୀ ମେ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ । ଏହି ମାସରେ ଶ୍ରମିକ ଦିବସ, ଅକ୍ଷୟ ତୃତୀୟ, ଇଦ୍, ବୁଦ୍ଧ ପୂର୍ଣ୍ଣିଆ ଇତ୍ୟାଦି ପର୍ବ ପଡୁଥିବାରୁ ଏବଂ ରବିବାର ଓ ଦ୍ବିତୀୟ, ଚତୁର୍ଥ ଶନିବାରକୁ ମିଶାଇ ମୋଟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁସାରେ, ସାପ୍ତାହିକ ଛୁଟି ବ୍ୟତୀତ ବ୍ୟାଙ୍କ ମୋଟ ୪ ଦିନ ବନ୍ଦ ରହିବ । ମାତ୍ର ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହେବନି । ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ମେ ୧ ତାରିଖ, ୨, ୩, ୮, ୯, ୧୪, ୧୫, ୧୬, ୨୨, ୨୮ ଏବଂ ମେ ୨୯ ତାରିଖରେ ବ୍ୟାଙ୍କ ଯାଇପାରିବେନି ଗ୍ରାହକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking