27.1 C
Bhubaneswar
Saturday, July 27, 2024
Homeଅପରାଧଦୁଷ୍କର୍ମ ପରେ ତିନି ମାସର ଗର୍ଭବତୀ ଭିନ୍ନକ୍ଷମ ଯୁବତୀ

ଦୁଷ୍କର୍ମ ପରେ ତିନି ମାସର ଗର୍ଭବତୀ ଭିନ୍ନକ୍ଷମ ଯୁବତୀ

ଫୁଲବାଣୀ: କନ୍ଧମାଳରେ ଲଜ୍ଜା । ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ୩ ମାସର ଗର୍ଭବତୀ ହେବା ପରେ ଥାନାରେ ଅଭିଯୋଗ କଲେ ପୀଡିତା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅଞ୍ଚଳରେ । ଘରେ ଏକୁଟିଆ ଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ ଯୁବତୀ । ଗତ ତିନି ମାସ ତଳେ ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଗ୍ରାମର ଜଣେ ଯୁବକ ଘରେ ପଶି ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଘଟଣାର ତିନି ମାସ ପରେ ସତ ସାମ୍ନାକୁ ଆସିଛି । ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ସେ ଦୁଷ୍କର୍ମର ଶିକାର ହୋଇ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏନେଇ ପୀଡିତାଙ୍କ ମାଆ କହିଛନ୍ତି ଯେ, ଆଜକୁ ୩ ମାସ ତଳେ ଆମ ଘରେ ଝିଅ ଏକା ଥିଲା । ଆମେ ବାହାରକୁ ବୁଲିବାକୁ ଯାଇଥିଲୁ । ଏହାର ସୁଯୋଗ ନେଇ ଗ୍ରାମର ଜଣେ ଯୁବକ ଝିଅକୁ ଦୁଷ୍କର୍ମ କରିଥିଲା ।

ଘଟଣା ବିଷୟରେ ଆମେ ସେତବେଳେ କିଛି ଜାଣି ପାରି ନଥିଲୁ, ଝିଅ ବି ଆମକୁ କହିନଥିଲା । ଗତ ୪ ଦିନ ତଳେ ଝିଅ ଦେହ ଖରାପ ହେଲା । ତାକୁ ମେଡିକାଲ ନେବାରୁ ସେ ଗର୍ଭବତୀ ଥିବା ଜଣାପଡିଥିଲା । ଏନେଇ ଝିଅକୁ ପଚାରିବାରୁ ସେ ସବୁ କଥା କହିଥିଲା । ପରେ ସମ୍ପୃକ୍ତ ଯୁବକଙ୍କୁ ପଚାରିବାରୁ ସେ ନିଶାସକ୍ତ ଅବସ୍ଥାରେ ଦୁଷ୍କର୍ମ କରିଥିବା କହିଥିଲା । ଏହାପରେ ଗତ ୨ ତାରିଖରେ ସାରଙ୍ଗଗଡ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲୁ ,ହେଲେ ଥାନା ଅଧିକାରୀଙ୍କ ସହ ସାକ୍ଷାତ ହୋଇ ପାରିଲା ନାହିଁ । ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ଘରକୁ ଫେରିଥିଲୁ । ଏହାପରେ ଶୁକ୍ରବାର ଏସ୍ପିଙ୍କୁ ଭେଟିବାକୁ ଆସିଥିଲେ ପୀଡିତାଙ୍କ ମାଆ । ସମ୍ପୃକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରି ଝିଅକୁ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଥିଲେ । ଏନେଇ ଥାନା ଅଧିକାରୀ ବଦୁଲିକା ବିଶ୍ୱାଳଙ୍କୁ ପଚାରିବାରୁ, ମୁଁ ଅନ୍ୟ କାମରେ ଫୁଲବାଣୀ ଯାଇଥିଲି, ସେମାନେ ଥାନାକୁ ଆସିଥିଲେ । ଆମର ଅନ୍ୟ ଅଧିକାରୀ ସେମାନଙ୍କୁ ଅପେକ୍ଷା କରିବାକୁ କହିଥିଲେ । ହେଲେ ସେମାନେ ଅପେକ୍ଷା ନ କରି ଚାଲିଗଲେ । ସେମାନେ ଆସି ଏତଲା ଦେଲେ ଆମେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଛନ୍ତି ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking