28.1 C
Bhubaneswar
Sunday, May 25, 2025
Homeଦେଶ ବିଦେଶକର୍ଣ୍ଣାଟକରେ ତିନି ଆଇଏସ୍‌ଆଇଏସ୍ ସନ୍ଦିଗ୍ଧ ଗିରଫ

କର୍ଣ୍ଣାଟକରେ ତିନି ଆଇଏସ୍‌ଆଇଏସ୍ ସନ୍ଦିଗ୍ଧ ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ପୁଲିସ ଆଇଏସ୍‌ଆଇଏସ୍ ସହ ସମ୍ପର୍କ ଥିବା ତିନିଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ପୁଲିସ ଅନୁସାରେ ସେମାନେ ରାଜ୍ୟରେ ବିସ୍ଫୋରଣ ଯୋଜନା କରୁଥିଲେ । ଏଥିପାଇଁ ସେମାନେ ଆତଙ୍କବାଦୀଙ୍କଠାରୁ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ତେବେ ଉଦ୍ୟମରେ ସଫଳ ହେବା ପୂର୍ବରୁ ସେମାନଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି । ଗିରଫ ତିନିଜଣ ହେଲେ ଶରିକ, ମାଜି ଏବଂ ସୟଦ୍ ୟାସିନ୍ । ତିନିଜଣଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ବେଆଇନ ଗତିବିଧି ନିରୋଧ ଅଧିନିୟମରେ ମାମଲା ରୁଜୁ କରାଯାଇଛି । ଗୃହମନ୍ତ୍ରୀ ଅରାଗା ଜନେନ୍ଦ୍ର କହିଛନ୍ତି, ମିଳିଥିବା ସୂଚନା ଅନୁସାରେ ପୁଲିସ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିଥିଲା । ଜେରାପରେ ପୁଲିସ ତୃତୀୟ ଅଭିଯୁକ୍ତ ତଥା ସଂଗଠନର ମୁଖ୍ୟ ଯାସିନ୍‌କୁ ଗିରଫ କରିଥିଲା । ତିନିଜଣ ଶିବମୋଗା ଏବଂ ତୀର୍ଥହଲ୍ଲି ନିବାସୀ ହୋଇଥିବା ବେଳେ ମେଙ୍ଗାଲୁରୁ ସହ ସେମାନଙ୍କ ସମ୍ବନ୍ଧ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking