43 C
Bhubaneswar
Tuesday, April 16, 2024
Homeମନୋରଞ୍ଜନରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ମୁମ୍ବାଇ: ଜୀବନ ଯୁଦ୍ଧରେ ହାରିଗଲେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ରାଜୁ । ୫୮ ବର୍ଷ ବୟସରେ ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜୁ ଜିମରେ ଓ୍ୱାର୍କଆଉଟ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

କିଛି ଦିନ ତଳେ ତାଙ୍କୁ ହୋସକୁ ଆଣିବାକୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଡିଓ କ୍ଲିପ୍ ଶୁଣାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାର ୧୫ ଦିନ ପରେ ସେ ଆଖି ବି ଖୋଲିଥିଲେ । ବିଗ୍ ବିଙ୍କ ମୋଟିଭେସନାଲ୍ ସ୍ପିଚ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ । ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ । ଷ୍ଟେଜ ସୋ ହେଉକି ବଡ ପ୍ରୋଗାମ ସବୁଠି ଅମିତାଭଙ୍କ ଡାଇଲଗ କହି ତାଳିର ହକଦାର ହୋଇଛନ୍ତି ରାଜୁ ।

ରାଜୁ ଶ୍ରୀବାସ୍ତବ ଜଣେ ଜଣାଶୁଣା ହାସ୍ୟ ଅଭିନେତା । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ସହ ରାଜୁ ବିଗ୍ ବସ୍–୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking