33.1 C
Bhubaneswar
Monday, June 24, 2024
Homeଓଡିଶାତିନି ରଥର ଆରମ୍ଭ ହେଲା ବେଦୀ ନିର୍ମାଣ କାର୍ଯ୍ୟ

ତିନି ରଥର ଆରମ୍ଭ ହେଲା ବେଦୀ ନିର୍ମାଣ କାର୍ଯ୍ୟ

ପୁରୀବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର ଆଉ କେଇଟା ଦିନ ଥିବା ବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜୋରସୋରରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ । ତିନିରଥର ଭୂଇଁଗୁଡିକରେ ଅନ୍ଧାରି ତାଗ ଏବଂ କଇଁଚି ଫିଟିଂ ଶେଷ ହୋଇଛି ।

ତିନିରଥର ତୃତୀୟ ଭୂଇଁ ସେଟିଂ ପରେ ୧ ନଂ ପୋଟଳ ବା ‘ବଡଥଳ’ ପୋଟଳ ତିନିରଥକୁ ଉଠି ସାରିଛି । ବାକି ଥିବା ୧୨ ପରସ୍ତ ପୋଟଳ ମଧ୍ୟ ତିନିରଥକୁ ଉଠିଛି। ଏହାର ପ୍ରତିଟି ପରସ୍ତ ଉପରେ ତିଇନି.ଅଢେଇ ସାଇଜିର ନଦା ବା ବଟନ ଦିଆଯାଇ ତା ଉପରେ ଦ୍ବିତୀୟ ପୋଟଳ ପଟା ପଡି, ପଞ୍ଚମ ପୋଟଳ ପରେ ଷଷ୍ଠ ଏବଂ ସପ୍ତମ ପୋଟଳ ପାରାଭାଡ଼ି ଉଠି ଅଷ୍ଟମରୁ ଦ୍ବାଦଶ ପରସ୍ତ ପୋଟଳ ପରେ ୧୩ତମ ପରସ୍ତ ‘ଖପୁରୀ ପାରେଣି’ ପଡ଼ିଛି ।

ଏହି ଖପୁରୀ ଉପରେ କଳଶ ଉଠିଲା ପରେ ତିଳକ କଳଶ ଲାଗି ତିନିରଥର ଆଗଆଣି ବା ସମ୍ମୁଖ ଭାଗର ତାଗ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ବାକି ତିନି ପାର୍ଶ୍ବରେ ତାଗ ବାଡ଼ିଆ ପରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି । ତିନିରଥର ଚାରି ପାର୍ଶ୍ଵର କୋଣମାନଙ୍କୁ ଛାଡି ପଟା ବାଡ଼ିଆ ପରେ ତିନି ରଥର ‘ବେଦି’ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଏଥିସହ ତିନିରଥର ୪ଟି ଲେଖାଁଏ କତରା ନିର୍ମାଣ ଶେଷ ହୋଇଛି । ସେହିପରି ତିନିରଥର ଚାର ପରିଛାରେ ୫ଟି ଲେଖାଁଏ ‘ଚାର ପରିଛା ଗୁଣ୍ଠି’ ବାଡ଼ିଆ ଯାଇଛି । ଏହି ଚାରପରିଛା ତିନିରଥର ଘୋଡା ବନ୍ଧାରେ ସହାୟକ ହୋଇଥାଏ ।  ଏଣୁ ଏହି ଚାର ପରିଛାକୁ ସପୋର୍ଟ ଦେବାକୁ ମୁଣ୍ଡାଇ ରଖିବା ପାଇଁ ଏହି ଗୁଣ୍ଠିଗୁଡିକୁ ସାଲଗୁଜଗୁଡିକରେ ଫିଟିଂ କରାଯାଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking