ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ଼ରେ ଏକ ଘର ଭୁଶୁଡ଼ି ପଡ଼ିବା ଫଳରେ ତିନି ଭାଇଙ୍କର ମୃତ୍ୟୁ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଘଟଣା ଶୁକ୍ରବାର ରାତିର ହୋଇଥିବା ବେଳେ ମୃତକଙ୍କ ନାମ ରାଜେଶ, ସାଜନ ଓ ପପୁ । ପରିବାରର ଅନ୍ୟ ସଦସ୍ୟମାନେ ସୁରକ୍ଷିତ ଥିବା କୁହାଯାଉଛି । ତେବେ ଘରେ କେତେକ ଲୋକ ଥିଲେ ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ ଚଳାଇଛି ।