ବାରାମୂଳା : ଜମ୍ମୁ-କଶ୍ମୀରର ବାରାମୂଳାରୁ ସୁରକ୍ଷା ବଳ ଶନିବାର ଲସ୍କର୍ର ଜଣେ ଆତଙ୍କୀକୁ ଗିରଫ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସନ୍ଦୁସା ଅଞ୍ଚଳର ନାଗବଲ୍ ଗାଁରେ ଆତଙ୍କୀମାନେ ଲୁଚିଥିବା ସୂଚନା ପାଇଁ ସୁରକ୍ଷା ବଳ ସର୍ଚ୍ଚ ଅପରେସନ୍ ଚଳାଇଥିଲା । ସୁରକ୍ଷା ବଳଙ୍କୁ ଦେଖି ଆତଙ୍କୀ ଦୌଡ଼ି ପଳାଉଥିବା ବେଳେ ଧରାପଡ଼ିଥିଲା । ଗିରଫ ଆତଙ୍କୀ ଲାରିଡୁରା ନିବାସୀ ମହମ୍ମଦ ଅଶରଫ୍ ମୀର ହୋଇଥିବା ବେଳେ ତା’ ନିକଟକୁ ଏକ ଗ୍ରେନେଡ୍ ଜବତ କରାଯାଇଛି । ସେ ଲସ୍କର୍ ଆତଙ୍କୀଙ୍କ ସହଯୋଗୀ ଭାବେ କାମ କରୁଥିଲା।