33.1 C
Bhubaneswar
Saturday, May 3, 2025
Homeଦେଶ ବିଦେଶକେଦାରନାଥ ମନ୍ଦିରକୁ ବମ୍‌ ପକାଇ ଉଡାଇ ଦେବାକୁ ଧମକ

କେଦାରନାଥ ମନ୍ଦିରକୁ ବମ୍‌ ପକାଇ ଉଡାଇ ଦେବାକୁ ଧମକ

ଲକ୍ଷ୍ନୌ : କେଦାରନାଥ ମନ୍ଦିରକୁ ବମ ପକାଇ ଉଡାଇଦେବାର ଧମକ। ଏନେଇ ମାମଲା ରୁଜୁ କଲା ପୁଲିସ। ଗତ ଡିସେମ୍ବର୨୨ରେ ରାଜଧାନୀ ଲକ୍ଷ୍ନୌର ୧୧୨ କୁ ଜଣେ ବ୍ୟକ୍ତି କଲ କରି ଏପରି ଧମକ ଦେଇଥିଲା। ଏନେଇ ସୁଶାନ୍ତ ଗଲ୍ଫ ସିଟିରେ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୂଚନାଅନୁଯାୟୀ, ଉତ୍ତରପ୍ରଦେଶର ୧୧୨ ମୁଖ୍ୟାଳୟକୁ ୯୯୩୬୪୧୬୪୮୧ ନମ୍ବରରୁ ଜଣେ ଯୁବକ ଡିସେମ୍ବର ୨୨ରେ ୧୦ଟା ୩୫ରେ କଲ କରିଥିଲେ। ଏହା ପରେ ସେ କହିଥିଲେ କି ମୁଁ କେଦାରନାଥ ମନ୍ଦିରକୁ ବମ ପକାଇ ଉଡାଇ ଦେବି। ଯାହାକୁ ନେଇ ମୁଖ୍ୟାଳୟରେ ସୃଷ୍ଟି ହୋଇଥିଲା କମ୍ପନ। କଲ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜ ରାଜଧ୍ରୁବ ସିଂ।

ଏହି ଘଟଣାର ତଦନ୍ତ କରୁଥିବା ସୁଶାନ୍ତ ଗଲ୍ଫ ସିଟି ପୋଲିସର ଇନ୍ସପେକ୍ଟର ଦେବେନ୍ଦ୍ର ବିକ୍ରମ ସିଂ କହିଛନ୍ତି ଏନେଇ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି। ଏହି ମାମଲାରେ, ରାଜଧ୍ରୁବ ସିଂଙ୍କ ବିରୋଧରେ ୧୫୩ଏ ଏବଂ ଆଇଟି ଆକ୍ଟ ୬୬ ଅନୁଯାୟୀ ଜାନୁଆରୀ ୧୨ରେ ଏକ ମାମଲା ରୁଜୁ ହୋଇଛି। ଏନେଇ ତଦନ୍ତ ଏବେ ଜାରି ରହିଛି । ଯେଉଁ ନମ୍ବରରୁ କଲ୍ କରାଯାଇଥିଲା ଲୋକେସନ ଟ୍ରାକ କରାଯାଇଥିଲା। ଏବେ ମୋବାଇଲ ସୁଇଚ ଅଫ ରହିଥିବା ପୁଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking