27.1 C
Bhubaneswar
Tuesday, March 25, 2025
Homeଓଡିଶାଭୁବନେଶ୍ୱରପ୍ରକାଶ ପାଇଲା ଚଳିତବର୍ଷର ଓଜେଇ ପରୀକ୍ଷାଫଳ

ପ୍ରକାଶ ପାଇଲା ଚଳିତବର୍ଷର ଓଜେଇ ପରୀକ୍ଷାଫଳ

ଭୁବନେଶ୍ୱର: ଚଳିତବର୍ଷର ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଛାତ୍ରଛାତ୍ରୀମାନେ www.ojee.nic.inୱେବସାଇଟକୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ ।

ସୂଚନା ମୁତାବକ, ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ଈଶାନ୍ତ କୁମାର ନାୟକ ଓ ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି । ଏମ.ଫାର୍ମରେ ସଚିନ ନାୟକ, ଏକ.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି । ଏମ.ଟେକ୍ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ ଟପ୍ପର ହୋଇଛନ୍ତି । ଏମ.ଟେକ ଇଲେକ୍ଟିକାଲରେ ମିଥୁନ ଅଧିକାରୀ, ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି ।

ତେବେ ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓଜେଇଇ ପରୀକ୍ଷା । ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଏହି ଓଜେଇଇ ପରୀକ୍ଷା ଦେଇଥିଲେ । ୪୭ ହଜାର ୭୨୯ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking