27.1 C
Bhubaneswar
Sunday, October 20, 2024
Homeଓଡିଶାଏଥର ୧୦ ଦିନ ଖଣ୍ଡଗିରି କୁମ୍ଭମେଳା: ଶତାଧିକ ସାଧୁଙ୍କ ସମାଗମ

ଏଥର ୧୦ ଦିନ ଖଣ୍ଡଗିରି କୁମ୍ଭମେଳା: ଶତାଧିକ ସାଧୁଙ୍କ ସମାଗମ

ଭୁବନେଶ୍ୱର: ପର୍ଯ୍ୟଟନକ୍ଷେତ୍ର ଖଣ୍ଡଗିରିରେ  ମାଘ ସପ୍ତମୀ ଅବସରରେ ଆରମ୍ଭ ହୋଇଛି କୁମ୍ଭମେଳା । ଦେଶର ବିଭନ୍ନ କାଶୀ, ହରିଦ୍ୱାର, ବନାରସ ନାସିକ ଆଦି ସ୍ଥାନରୁ ଶତାଧିକ ସାଧୁଙ୍କ ସମାଗମ ହୋଇଛି । ଐତିହ୍ୟସ୍ଥଳୀରେ ଥିବା ପବିତ୍ର ରାଧାକୁଣ୍ଡରେ ଜଳ ଆଣି କଳସ ବସାଇବା ସହ ଧୂନି ସ୍ଥାପନ କରିଛନ୍ତି । ଅନ୍ୟପଟେ ମା’ ବାରଭୂଜା ପୀଠରେ ହନୁମାନ ମନ୍ଦିର ସମ୍ମୁଖରେ ୪୦ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ରାମଚରିତ ମାନସ ପାଠ ଆରମ୍ଭ ହୋଇଛି ।

ତେବେ ପବିତ୍ର ସପ୍ତମୀ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଅଙ୍କୁରାରୋପଣ କରାଯାଇଥିବାବେଳ ଅଷ୍ଟମୀରେ କଳସ ଯାତ୍ରା ସହ ବିଶ୍ୱଶାନ୍ତି ମହାଯଜ୍ଞ  ଆରମ୍ଭ ହେବ ବୋଲି ମା’ ବାରଭୂଜା ମ୍ୟାନେଜିଂ ଟ୍ରଷ୍ଟର କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନା ସୂଚନା ଦେଇଛନ୍ତି । ତେବେ ୧୫ ତାରିଖ ଦିନ ସାଧୁ ସମ୍ମିଳନୀ ଏବଂ ଧର୍ମସଭା ଅନୁଷ୍ଠିତ ହେବ । ୧୬ ତାରିଖ ଦିନ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣହୂତି ଅନୁଷ୍ଠିତ ହେବ । ତେବେ ପ୍ରତିବର୍ଷ ପରି ଅଗ୍ନ ଉତ୍ସବ  ମଧ୍ୟ ମେଳାର ଆକର୍ଷଣ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking