27.1 C
Bhubaneswar
Friday, October 18, 2024
Homeରାଜନୀତିଆଗାମୀ ନିର୍ବାଚନକୁ ନେଇ ବିଜେପି ସମ୍ବଦ୍ଧରେ ଏମିତି କହିଲେ କଂଗ୍ରେସ ନେତା ଶଶି ଥରୁର

ଆଗାମୀ ନିର୍ବାଚନକୁ ନେଇ ବିଜେପି ସମ୍ବଦ୍ଧରେ ଏମିତି କହିଲେ କଂଗ୍ରେସ ନେତା ଶଶି ଥରୁର

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ବିଷୟରେ କଂଗ୍ରେସ ନେତା ଶଶି ଥରୁର ବିଜେପିର ସଫଳତା ନେଇ ଏକ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ୨୦୧୯ର ଫଳାଫଳକୁ ଦୋହରାଇବା ବିଜେପି ପାଇଁ ୨୦୨୪ରେ କଷ୍ଟକର ହୋଇପାରେ। ଗତ ୨୦୧୯ ନିର୍ବାଚନରେ ଦେଶର ବହୁ ରାଜ୍ୟରେ ବିଜେପି ଶୀର୍ଷରେ ଥିଲା। ବିଜେପି ବିରୋଧରେ ସୃଷ୍ଟି ହୋଇଥିବା ଅସନ୍ତୋଷର ସୁଫଳ, ବିରୋଧୀ ଦଳଙ୍କ ଖାତାକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିସ୍ଥଳେ ବିରୋଧୀଦଳଙ୍କ ନିର୍ବାଚନୀ ପ୍ରଚାର ଉପରେ ଆଗାମୀ ଫଳାଫଳ ନିର୍ଭର କରିବ।୨୦୧୯ ନିର୍ବାଚନରେ ବିଜେପି ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା। ହରିୟାଣା ଏବଂ ରାଜସ୍ଥାନରେ ବିଜେପି ଆଶାତୀତ ସଫଳତା ହାସଲ କରିଥିଲା। ଏହି ସ୍ଥିତି ପୁଣି ୨୦୨୪ ନିର୍ବାଚନରେ ସୃଷ୍ଟି ହେବା କଷ୍ଟକର ହେବ। ସେହି ପୁରୁଣା ସଂଖ୍ୟକ ଆସନରେ ସଫଳ‌ ହେବା ସହଜ ହେବ ନାହିଁ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୩୭୦ ଆସନରେ ସଫଳ ‌ହେବା ନେଇ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଦାବିକୁ ଶଶି ଥରୁର ଖଣ୍ଡନ କରିଛନ୍ତି। ଗତ ଥର ନିର୍ବାଚନ ଏବଂ ହେବାକୁ ଥିବା ନିର୍ବାଚନ ମଧ୍ୟରେ ଆକାଶ ପାତାଳ ଫରକ ଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking