27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଇଗ୍‌ଲୁ ହୋଟେଲ, ଗୋଟିଏ ରାତିର ରହିବାକୁ ଲାଗୁଛି ଏତିକି ଟଙ୍କା…

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଇଗ୍‌ଲୁ ହୋଟେଲ, ଗୋଟିଏ ରାତିର ରହିବାକୁ ଲାଗୁଛି ଏତିକି ଟଙ୍କା…

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କୁ ବିରଳ ପରିବେଶର ଅନୁଭବ ଦେବା ଉଦ୍ଦେଶ୍ୟରେ ଏକ ବିଳାସପୂର୍ଣ୍ଣ ଭ୍ରମଣ କମ୍ପାନି ଉତ୍ତର ମେରୁରେ ଗତିଶୀଳ ହୋଟେଲ ଖୋଲିବାକୁ ଯାଉଛି । ଏହି ହୋଟେଲରେ ପାଞ୍ଚ ରାତି ବିତାଇବା ପାଇଁ ଜଣେ ରୋମାଞ୍ଚପ୍ରେମୀଙ୍କୁ ୧ଲକ୍ଷ ଡଲାର(୭୦,୮୬୩,୮୯ ଟଙ୍କା) ବ୍ୟୟ କରିବାକୁ ପଡ଼ିବ । ୨୦୨୦ରେ ଉତ୍ତର ମେରୁରେ ଇଗ୍‌ଲୁ ହୋଟେଲ ପ୍ରଥମ ଅତିଥିଙ୍କୁ ସ୍ୱାଗତ କରିବ । ପ୍ରତି ବର୍ଷ ଏପ୍ରିଲରେ ରୋମାଞ୍ଚପ୍ରେମୀ ଉତ୍ତର ମେରୁ ଦୃଶ୍ୟ ଦେଖିପାରିବେ ଏହି ଇଗ୍‌ଲୁ ହୋଟେଲରେ । ପ୍ରସିଦ୍ଧ ଭ୍ରମଣ କମ୍ପାନି ଲକ୍‌ଜରି ଆକ୍ସନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେନ୍‌ ହୋନ୍‌କାନେନ୍‌ ଏହି ପ୍ରୟାସ ଆରମ୍ଭ କରିଛନ୍ତି ।

ଆର୍ଟିକ ଓ ଉତ୍ତର ମେରୁରେ ପ୍ରକୃତି ବିଷୟରେ ଅଧିକ ଜାଣିବା ପାଇଁ କମ୍ପାନିର ଅତିଥିଙ୍କ ରୁଚି ଦେଖିବା ପରେ ସେମାନଙ୍କୁ ଭ୍ରମଣର ଏକ ସୁଯୋଗ ଦେବାକୁ ଜେନ୍‌ ସ୍ଥିର କଲେ । ଉତ୍ତର ମେରୁରେ ଅତିଥି କାଚ କାନ୍ଥଯୁକ୍ତ ୧୦ଟି ଇଗ୍‌ଲୁ ମଧ୍ୟରୁ ଗୋଟିକରେ ରାତି ବିତାଇବେ । କାଚର ଛାତ ମଧ୍ୟ ଦେଇ ସେମାନେ ନକ୍ଷତ୍ର, ଉତ୍ତର ମେରୁର ଆଲୋକ ଦେଖିପାରିବେ । ଦିନରେ ଗ୍ଲାସିୟରରେ ଭ୍ରମଣ କରିବେ ଏବଂ ମେରୁ ଅଞ୍ଚଳରେ ବାସ କରୁଥିବା ସ୍ୱଦେଶୀ ଲୋକଙ୍କୁ ଭେଟିବେ । ଏଥିସହ ନିକଟରେ କାର୍ଯ୍ୟରତ ବୈଜ୍ଞାନିକଙ୍କୁ ମଧ୍ୟ ଭେଟିବେ । ସେତିକି ନୁହେଁ, ସିଲ୍‌, ଧ୍ରୁବୀୟ ଭାଲୁ, ଆର୍କଟିକ୍‌ ପକ୍ଷୀ ଓ ଅନ୍ୟ ବନ୍ୟଜୀବଙ୍କ ସଂସ୍ପର୍ଶରେ ମଧ୍ୟ ଆସିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking