27.1 C
Bhubaneswar
Saturday, July 27, 2024
HomeUncategorized‘ok’ ଶବ୍ଦ ବିଷୟରେ ଜାଣନ୍ତୁ ରୋଚକ ତଥ୍ୟ

‘ok’ ଶବ୍ଦ ବିଷୟରେ ଜାଣନ୍ତୁ ରୋଚକ ତଥ୍ୟ

ନୂଆ ଦିଲ୍ଲୀ :ସାଧାରଣତଃ ଲୋକମାନେ କଥା କଥା ରେ ସହମତି ଜଣାଇବା ପାଇଁ ଓକେ କହିଥାନ୍ତି । ଛୋଟ ଠୁ ବଡ ଯାଏଁ ଆଜି କାଲି ସମସ୍ତେ ଓକେ ଶବ୍ଦ ର ବ୍ୟବହାର କରୁଛନ୍ତି ।୨ ଟି ଅକ୍ଷର କୁ ନେଇ ଗଠିତ ହୋଇଥିବା ଏହି ଶବ୍ଦ ବହୁ ସମୟରେ ବ୍ୟବହାର ହୋଇଥାଏ । କଥା ବାର୍ତ୍ତା ରେ ଆମେ ସବୁଠୁ ଅଧିକ ଓକେ ଶବ୍ଦ କୁ ବ୍ୟବହାର କରିଥାଉ । ଛୋଟିଆ ଶବ୍ଦ ଓକେ ପୁରା ବାକ୍ୟ କୁ ବେଳେ ବେଳେ ବୁଝାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଓକେ ଏକ ଶବ୍ଦ ନୁହେଁ ଏହା ଏକ ସର୍ଟ ଫର୍ମ । କଣ ଆପଣଙ୍କୁ ଜଣା ଓକେ ର ଫର୍ମୁଲା ।ତେବେ ଚାଲନ୍ତୁ ଜାଣିବା ଏହି ଶବ୍ଦ ସମ୍ବନ୍ଧରେ ।
ପ୍ରଥମେ ଜାଣିବା ଓକେ ଶବ୍ଦର ଆରମ୍ଭ କେବେ ହୋଇଥିଲା । ଓକେ ହେଉଛି ଏକ ଗ୍ରୀକ ଶବ୍ଦ ।ଏହାର ଫୁଲ ଫର୍ମ ହେଉଛି କି ଓଲ୍ଲା କାଲ୍ଲା (olla kalla )ଏହାର ଇଂରାଜୀ ରେ ଅର୍ଥ ହେଉଛି ଅଲ କରେକ୍ଟ ।କୁହାଯାଉଛି କି ଓକେ ଶବ୍ଦ ର ସୃଷ୍ଟି ୧୮୩ ବର୍ଷ ପୂର୍ବେ ହୋଇଥିଲା । ଆମେରିକାର ପତ୍ରକାର ଚାଲର୍ସ ଗୋର୍ଡେନ ଗ୍ରୀନି ଙ୍କ ଲେଖାରେ ପ୍ରଥମେ ଏହି ଶବ୍ଦ ବ୍ୟବହାର ହୋଇଥିଲା । ଜଣାଇଦେଉଛୁ କି, ୧୮୩୯ ରେ ଚାଲର୍ସ ଗୋର୍ଡେନ ଗ୍ରୀନି ଶବ୍ଦର ବ୍ୟବହାର ମଧ୍ୟ ରେ୍ ନୂଆ ନୂଆ ଏବଂ ମଜେଦାର ଶବ୍ଦ କୁ ବ୍ୟବହାର କରୁଥିଲେ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେ ହୋଇଥିଲା ବ୍ୟବହାର । ଓକେ ର ବ୍ୟବହାର ପ୍ରଥମେ ପ୍ରଥମେ ଓଲ କରେକ୍ଟ (oll correct )ଭାବରେ କରାଯାଉଥିଲା । ଏହା ବ୍ୟାକରଣ ରେ ହେଉଛି ଏକ ବ୍ୟାଙ୍ଗାତ୍ମକ ଶବ୍ଦ ।୧୮୩୯ ରେ ବୋଷ୍ଟନ ମର୍ନିଙ୍ଗ ପୋଷ୍ଟ ଛପା ହୋଇଥିଲା ।ଏହା ପରେ ଓଡବ୍ଲ୍ୟୁ (ow) ପରି ଶବ୍ଦ ମଧ୍ୟ ବ୍ୟବହାର କରାଗଲା ।ଏହାର ଅର୍ଥ ହେଉଛି ଓଲ ରାଇଟ(oll wright ) ।୧୮୪୦ ରେ ଆମେରିକା ରାଷ୍ଟ୍ରପତି ମାର୍ଟିନ ଭ୍ୟାନ ବ୍ୟୁରେନ ଙ୍କ ଉପନିର୍ବାଚନ କ୍ୟାମ୍ପେନ ରେ ଓକେ ଶବ୍ଦ ର ବ୍ୟବହାର କରାଯାଇଥିଲା ।ଏହା ପରେ ଓକେ ଶବ୍ଦ ପୁରା ଦୁନିଆରେପ୍ରଚଳିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking