30.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନ୫ ମିନିଟରୁ କମ୍ ସମୟ ପାଇଁ ଏତିକି ଫି’ ନେଇଛନ୍ତି ଏହି ଅଭିନେତ୍ରୀ

୫ ମିନିଟରୁ କମ୍ ସମୟ ପାଇଁ ଏତିକି ଫି’ ନେଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ : ରିଲିଜ ପରେ ବିବାଦ ଘେରକୁ ଆସିଛି ୫୦୦ କୋଟି ବଜେଟ୍ ରେ ନିର୍ମାଣ ହୋଇଥିବା ଫିଲ୍ମ ‘ଆଦିପୁରୁଷ’ । ବିବାଦୀୟ ଡ଼ାଏଲଗ ସାଙ୍ଗକୁ ଦୁର୍ବଳ ଭିଏଫଏକ୍ସ ପାଇଁ ଲଗାତର ଟ୍ରୋଲ ହୋଇଚାଲିଛି ଏହି ସିନେମା। ସବୁଆଡ଼େ ବିବାଦ ଓ ବିରୋଧ ଦେଖାଦେବା ପରେ ଫିଲ୍ମରେ ଥିବା ବିବାଦୀୟ ଡ଼ାଏଲଗକୁ ବାଦ ଦେବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି । ଇତି ମଧ୍ୟରେ ମାତ୍ରା କେଇ ମିନିଟ୍ ଲାଗି ଅଭିନୟ କରିବା ପାଇଁ ଏହି ଅଭିନେତ୍ରୀ ଚାର୍ଜ କରିଥିବା ମୋଟା ଅଙ୍କ ଫିକୁ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି ।

ଚଳିତ ମାସ ୧୬ ତାରିଖରେ ବଡ଼ ପରଦାରେ ରିଲିଜ୍ ହୋଇଛି ଫିଲ୍ମ ‘ଆଦିପୁରୁଷ’ । ପ୍ରଥମ ଦିନରେ ଫିଲ୍ମଟି ୧୪୦ କୋଟି ରୋଜଗାର କରିଛି । କିନ୍ତୁ, ଚଳଚ୍ଚିତ୍ରରେ ଯେଉଁ ପରି ରାମକଥା ପ୍ରଦର୍ଶନ କରାଯାଇଛି ଓ ଯେମିତି ପ୍ରଭୁ ରାମ-ହନୁମାନ ଓ ରାବଣଙ୍କ ଚରିତ୍ରକୁ ଦର୍ଶାଯାଇଛି, ତାହା ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ନକରାତ୍ମକ ରିସପୋନ୍ସ ପରେ ଅନେକ ଲୋକ ସେମାନଙ୍କ ଆଡଭାନ୍ସ ବୁକିଂ କରିଥିବା ଟିକେଟ୍ ବାତିଲ କରିଥିବା ଦେଖିବାକୁ ମିଳିଛି ।ଏହି ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଦାବି କରାଯାଇଛି। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଲା ରୁଜୁ କରିଛି ହିନ୍ଦୁ ସେନା । ତେବେ ଏସବୁ ଭିତରେ ଫିଲ୍ମରେ ରାବଣର ପତ୍ନୀ ମନ୍ଦୋଦରୀ ଭୂମିକାରେ ନଜର ଆସିଥିବା ସୋନଲ ଚୌହାନଙ୍କ ଫି’କୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ଲାଗି ରହିଛି ।

କୁହାଯାଉଛି ଯେ, ସିନେମାରେ ୫ ମିନିଟ୍ ରୁ ଖୁବ କମ୍ ସମୟ ଲାଗି ନଜର ଆସିଥିବା ଅଭିନେତ୍ରୀ ସୋନଲ ଚୌହାନ ପ୍ରାୟ ୫୦ ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି । ସେପଟେ ଫିଲ୍ମରେ ଅଭିନୟ ଲାଗି ପ୍ରଭାସ ୧୦୦ କୋଟି ନେଇଥିବା ବେଳେ କ୍ରିତି ସାନନ୍ ୫ କୋଟି, ସୈଫ ଅଲ୍ଲୀ ଖାନ୍ ୧୫ କୋଟି ଓ ସନ୍ନି ସିଂ ପ୍ରାୟ ୧.୫ କୋଟି ଚାର୍ଜ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking