40.1 C
Bhubaneswar
Saturday, April 27, 2024
Homeଅପରାଧକାନ୍ଥ ଭାଙ୍ଗି ମୋବାଇଲ ଦୋକାନରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

କାନ୍ଥ ଭାଙ୍ଗି ମୋବାଇଲ ଦୋକାନରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ରେଢ଼ାଖୋଲ : ରେଢ଼ାଖୋଲ ଭୀମଭୋଇ ଛକ ନିକଟସ୍ଥ ଖୁସି ମୋବାଇଲ ଦୋକାନର କାନ୍ଥ ଭାଙ୍ଗି ଲୁଟେରା ମାନେ ଦୋକାନ ଭିତରେ ପଶି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କରିଛନ୍ତି । ଦୋକାନରୁ ବିଭିନ୍ନ କମ୍ପାନୀ ର ୫୦ରୁ ୬୦ଟି ମୋବାଇଲ ଓ ମୋବାଇଲରେ ବ୍ୟବହାର ହେଉଥିବା ସାମଗ୍ରୀ ଲୁଟି ନେଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧୨ ରୁ ୧୩ ଲକ୍ଷ ହେବ । ବର୍ତ୍ତମାନ ସମୟରେ ସବୁଆଡେ ଆତଙ୍କ ଖେଳାଇଛନ୍ତି ଲୁଟେରା । ନିଃଶବ୍ଦ ରାତିର ସୁଯୋଗ ନେଇ ସବୁକିଛି ଲୁଟିନେଉଛନ୍ତି ଦୁର୍ବୁତ୍ତ । ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୋକାନରୁ ଲୁଟ ହୋଇଥିବା କଥା ଜାଣି ଦୋକାନର ମାଲିକ ଚିନ୍ତାରେ ପଡିଯାଇଥିଲେ । ଏହା ପରେ ଦୋକାନୀ ମାଲିକ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking