20.1 C
Bhubaneswar
Wednesday, January 8, 2025
Homeବିଜିନେସ୍ସବୁଠୁ କମ୍ ସୁଧରେ ଏହି ବ୍ୟାଙ୍କ ଦେଉଛି ଋଣ

ସବୁଠୁ କମ୍ ସୁଧରେ ଏହି ବ୍ୟାଙ୍କ ଦେଉଛି ଋଣ

ନୂଆଦିଲ୍ଲୀ: ଯଦି ଆପଣ ବର୍ତମାନ ସମୟରେ ଘର କିଣିବା ପାଇଁ ଯୋଜନା କରୁଛନ୍ତି ଏବଂ ଆପଣଙ୍କ ବଜେଟ କମ ଅଛି, ତେବେ ହୋମ ଲୋନ ଆପଣଙ୍କ ଘର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିବ । ବଜାରରେ ଅନେକ କମ୍ପାନୀ ଓ ବ୍ୟାଙ୍କ ଅଳ୍ପ ସୁଧରେ ହୋମ ଲୋନ ପ୍ରଦାନ କରୁଛନ୍ତି । ସମସ୍ତ ବ୍ୟାଙ୍କର ସୁଧ ଦର ଭିନ୍ନ ଭିନ୍ନ ରହିଥାଏ । ଅନେକ ଥର ଆପଣଙ୍କ ଲୋନ ରାଶି ସମୟବିଧି ଅନୁସାରେ ଫାଇନାଲ ହୋଇଥାଏ । ଏହାବ୍ୟତୀତ ଅନେକ ବ୍ୟାଙ୍କ ହୋମ ଲୋନ ପାଇଁ ପ୍ରୋସେସିଂ ଫି ମଧ୍ୟ ନିଅନ୍ତି । ଆଜି ଆମେ ଆପଣଙ୍କୁ କିଛି ବ୍ୟାଙ୍କ ବିଷୟରେ କହିବୁ, ଯାହାର ହୋମ ଲୋନ ଉପରେ ସୁଧ ସବୁଠୁ କମ । ସହର, ବ୍ୟାଙ୍କ, ଲୋନ ରାଶି ଅନୁସାରେ, ସୁଧ ଦରରେ ପରିବର୍ତନ ହୋଇପାରେ ।
କୋଟକ ମହିନ୍ଦ୍ରା ବ୍ୟାଙ୍କ, ପଂଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ
ଏହି ଦୁଇ ବ୍ୟାଙ୍କ ହୋମ ଲୋନ ଉପରେ ୬.୬୫ ପ୍ରତିଶତ ସୁଧ ନେଉଛନ୍ତି । ଏହା ବ୍ୟତୀତ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଲୋନ ନେବା ଉପରେ ଆପଣଙ୍କ ଠାରୁ ପ୍ରୋସେସିଂ ଫି ନେବେ ନାହିଁ । ବର୍ତମାନ ବଜାରରେ ଏହି ବ୍ୟାଙ୍କର ସୁଧ ଦର କମ ରହିଛି ।
ଏସବିଆଇ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ
ଏହି ବ୍ୟାଙ୍କର ହୋମ ଲୋନରେ ସୁଧ ଦର ୬.୭୦ ପ୍ରତିଶତ ରହିଛି । ଯଦି ଆପଣ ଏହି ବ୍ୟାଙ୍କରୁ ହୋମ ଲୋନ ନେଉଛନ୍ତି, ତେବେ ଆପଣଙ୍କୁ ଲକ୍ଷ ପ୍ରତି ୬୪୫ ଟଙ୍କା ଇଏମଆଇ ଦେବାକୁ ପଡିବ । ଏସବିଆଇ ରେ ୩୧ ମାର୍ଚ୍ଚ ୨୦୨୧ ଯାଏଁ ପ୍ରୋସେସିଂ ଫି ନିଆଯିବ ନାହିଁ । ସେହିଭଳି ଏଚଡିଏଫସି ରେ ଲୋନ ରାଶି ୦.୫ ପ୍ରତିଶତ ଓ ଆଇସିଆଇସିଆଇରେ ଲୋନ ରାଶି ୨ ପ୍ରତିଶତ ଯାଏଁ ପ୍ରୋସେସିଂ ଫି ନେବେ ।
ଇ୍ୟାଙ୍କ ଅଫ ବରୋଦା
ଏହି ବ୍ୟାଙ୍କ ହୋମ ଲୋନ ଉପରେ ୬.୭୫ ପ୍ରତିଶତ ସୁଧ ନିଏ । ପ୍ରୋସେସିଂ ଫି ରାଶିର ୦.୨୫-୦.୫୦ ପ୍ରତିଶତ ଯାଏଁ ଫି ନିଆଯାଏ ।
ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ପଂଜାବ ନ୍ୟାସନାଲ ବ୍ୟାଙ୍କ
ଏହି ଦୁଇ ବ୍ୟାଙ୍କ ହୋମ ଲୋନ ଉପରେ ୬.୮୦ ପ୍ରତିଶତ ସୁଧ ନେଉଛନ୍ତି । ୟୁନିଅନ ବ୍ୟାଙ୍କ ପ୍ରୋସେସିଂ ଫିସ ଲୋନ ରାଶିର ସମୁଦାୟ ୦.୫୦ ପ୍ରତିଶତ ନିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking