30.1 C
Bhubaneswar
Wednesday, April 24, 2024
Homeକରୋନାଭୋପାଳରେ ଜାରି ହେଲା ନୂଆ ଗାଇଡଲାଇନ

ଭୋପାଳରେ ଜାରି ହେଲା ନୂଆ ଗାଇଡଲାଇନ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ କରୋନା ଭାଇରସରେ ବୃଦ୍ଧି ହେଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ହୋଲି ସମେତ ଅନ୍ୟ ପର୍ବକୁ ସାର୍ବଜନୀକ ଭାବରେ ପାଳନ କରିବା ଉପରେ ରୋକ ଲଗାଯାଇଛି । ଏବେ କେବଳ ଘରେ ରହି ହୋଲି ପର୍ବ ପାଳନ କରିହେବ । ସାର୍ବଜନିକ ରୂପରେ ଏବେ କୌଣସି ପ୍ରକାର କାର୍ଯ୍ୟକ୍ରମ କୁ ଅନୁମତି ମିଳିବ ନାହିଁ । ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ରାତି ୧୦ ବଦଳରେ ୯ଟାରୁ ଆରମ୍ଭ ହେବ । ଏ ସଂପର୍କରେ ଶୁକ୍ରବାର କଲେକ୍ଟର ଅବିନାଶ ଲବାନିଆ ମ୍ୟାନେଜମେଣ୍ଟର ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ପରେ ଲକଡାଉନର ନୂଆ ଗାଇଡଲାଇନ ଜାରି କରିଛନ୍ତି ।
ନୂଆ ଗାଇଡଲାଇନ ଅନୁସାରେ, ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ।
ନାଇଟ କର୍ଫ୍ୟୁ ରାତି ୧୦ ବଦଳରେ ୯ଟାରୁ ଆରମ୍ଭ ହେବ ।
ଖାଦ୍ୟ ହୋମ ଡେଲିଭରି ରାତି ୧୦ ଯାଏଁ ରହିବ ।
ଭୋପାଳରେ ପ୍ରତି ରବିବାର ଲକ ଡାଉନ ରହିବ । ଶନିବାର ରାତି ୯ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ରହିବ । ତା ମଧ୍ୟରେ ଜରୁରୀ ସେବାକୁ ଅନୁମତି ମିଳିବ ।
ସମସ୍ତ ପ୍ରକାର ପର୍ବ ପର୍ବାଣୀ ଘରେ ରହି ପାଳନ ହେବ ।
ହୋଲିରେ ସମସ୍ତ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ବନ୍ଦ ରହିବ ।
ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିବ ।
ରାଲି, ଯାତ୍ରା, ପ୍ରଦର୍ଶନ ଉପରେ ରୋକ
ବିବାହରେ କେବଳ ୫୦ ଲୋକ ସାମିଲ ହେବେ । ପୂର୍ବରୁ ଅନୁମତି ନେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking