34.1 C
Bhubaneswar
Tuesday, May 14, 2024
Homeଦେଶ ବିଦେଶମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ଏହି ୧୦ଟି ଖାଦ୍ୟ

ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ଏହି ୧୦ଟି ଖାଦ୍ୟ

ନୂଆଦିଲ୍ଲୀ: ମଧୁମେହ ରୋଗ ସଭିଁଙ୍କ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ହେଲାଣୀ । ଘରେ ଘରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଭାରତରେ ଡାଏବିଟିସ୍‌ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍‌ ରାଜଧାନୀ ବୋଲି କୁହାଯାଇଛି।

ଡାଏବିଟିସ୍‌ ହେଲେ ଏହା ଯେ, ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣାଟି ରହି ଆସିଛି। କିନ୍ତୁ ଡାଏବିଟିସ୍‌ ରୋଗୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ। ସେମାନେ ସୁସ୍ଥ ରହିବାକୁ ଚାହୁଁଥିଲେ ବିଶେଷ ଦୈନିକ ଔଷଧ ସେବନ ସହ କିଛି ଘରୋଇ ଉପଚାର କଲେ ଏହି ରୋଗର ମୁକ୍ତି ମିଳିପାରିବ । ତେବେ ମଧୁମେହ ରୋଗୀମାନେ ନିଜ ଡାଏଟରେ ଏହି ୧୦ ଟି ଖାଦ୍ୟ ସାମିଲ କଲେ ବ୍ଲଡ ସୁଗାର ଲେବଲ୍ ନିୟନ୍ତ୍ରଣରେ ରହିବ । ଏବଂ ସହଜରେ ମଧୁମେହକୁ ଦୂର କରାଯାଇପାରିବ ।

ଅଣ୍ଡା: ଅଣ୍ଡାକୁ ପ୍ରୋଟିନର ଉତ୍ସ ବୋଲି କୁହାଯାଏ । ରକ୍ତରେ ଶର୍କରା ସ୍ତରକୁ ସ୍ଥିର ନିୟନ୍ତ୍ରଣରେ ରଖିବା ପାଇଁ ମଧୁମେହ ରୋଗୀମାନେ ପ୍ରତ୍ୟକ ଦିନ ନିଜ ଖାଦ୍ୟରେ ସିଝା ଅଣ୍ତା ସାମିଲ୍ କରିବା ଉଚିତ୍ । ଯାହା ଆପଣଙ୍କ ରକ୍ତରେ ଶର୍କରାର ସ୍ତରକୁ ବଢିବାକୁ ଦିଏ ନାହିଁ କି ଓଜନ ହ୍ରାସ କରିବାରେ ସାହାଯ୍ୟ ମଧ୍ୟ କରେ ।

କନ୍ଦମୂଳ: ମଧୁମେହ ରୋଗୀଙ୍କ ପାଇଁ କନ୍ଦମୂଳ ଏକ ରାମବାଣ ପରି କାର୍ଯ୍ୟ କରେ। ଏଥିରେ ଅତ୍ୟାବଶ୍ୟକ କାର୍ବସ୍ ଥାଏ । ଗୋଟିଏ କନ୍ଦମୂଳରେ ୪ ଗ୍ରାମ ଫାଇବର ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଯାହା ଆପଣଙ୍କ ରକ୍ତରେ ଶର୍କରାର ସ୍ତରକୁ ବଢିବାକୁ ଦିଏ ନାହିଁ

ତେଲିଆ ମାଛ: ଓମେଗା ୩ ରିଚ୍ ଫିସ୍  ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ । ଯେପରିକି,ସଲମୋନ, ହେରିଙ୍ଗ, ସାର୍ଡିନ୍, ମାକେର୍, ଟ୍ରାଉଟ୍ ଏବଂ ଚୁନା ମାଛ ହୃଦଘାତର ଆଶଙ୍କା ହ୍ରାସ କରିଥାଏ । ଚକ୍ଷୁ ଜନିତ ସମସ୍ୟା ଦୂର ହେବା ସହ ବ୍ଲଡ ସୁଗାର ଲେବଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking