19.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶଦେଶରେ ସ୍ଥାୟୀ ଭାବରେ ଆର୍ଥୀକ ସଙ୍କଟ ଦେଖାଦେବ: ରାହୁଲ ଗାନ୍ଧୀ

ଦେଶରେ ସ୍ଥାୟୀ ଭାବରେ ଆର୍ଥୀକ ସଙ୍କଟ ଦେଖାଦେବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଛି ଭାରତଯୋଡ଼ୋ ଯାତ୍ରା। ତେବେ ଶନିବାର ସୁଦ୍ଧା ଲୁଧିଆନାରୁ କପୁରଥଲା ପର‌୍ୟ୍ୟନ୍ତ ଯାତ୍ରା ପୂରା କରିବେ ରାହୁଲ ଗାନ୍ଧୀ। ତେବେ ସେ ଲେଖିଥିବା ଖୋଲା ଚିଠିଟିରେ ଦେଶରେ ସ୍ଥାୟୀ ଭାବରେ ଆର୍ଥୀକ ସଙ୍କଟ ଦେଖାଦେବ ବୋଲି ଚେତାବନୀ ଦେଇଛନ୍ତି ରାହୁଲ ଗାନ୍ଧୀ। ଶୁକ୍ରବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ରରେ ଥିବା ସରକାରଙ୍କ ନିତୀ ଯୋଗୁ ଦେଶ ଏକ ସ୍ଥାୟୀ ଅର୍ଥନୈତିକ ସଙ୍କଟର ସମ୍ମୁଖିନ ହେବ ବୋଲି ଚେତାବନୀ ଦେଇଛନ୍ତି। ମୁଦ୍ରାସ୍ଫିତୀରେ ବୃଦ୍ଧି, ବେକାରୀ, ଗମ୍ଭୀର କୃଷି ସଙ୍କଟ ଏବଂ ଦେଶର ସମ୍ପତ୍ତି ଉପରେ ସମ୍ପୁର୍ଣ୍ଣ ଭାବରେ ପ୍ରଭାବ ପଡ଼ିଛି।କଂଗ୍ରେସର ୩୫୦୦ କିଲୋମିଟର ଲମ୍ବା ଯାତ୍ରା ଏବ ଅନ୍ତିମ ପର‌୍ୟ୍ୟାୟରେ ପହଞ୍ଚିଛି। ଏହା ପୂର୍ବରୁ ଦଳୀୟ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଏକ ଚିଠି ଲେଖି ସମ୍ବୋଧନ କରିଛନ୍ତି। ସେ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ଆଗକୁ ‘ହାତରେ ହାତ ଯୋଡ଼ିବା’ ଭଳି ଅଭିଯାନ ଆରମ୍ଭ କରି ଲୋକଙ୍କ ଘରକୁ ଘର ଯାଇ ମିଶିବାକୁ ପ୍ରୟାସ କରିବ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା ଯେ, ଭାରତ ଯୋଡ଼ୋ ପରେ କଂଗ୍ରେସ ୨୬ ଜାନୁଆରୀରୁ ୨୬ ମାର୍ଚ୍ଚ ପର‌୍ୟ୍ୟନ୍ତ ‘ହାଥ୍ ସେ ହାଥ୍ ଯୋଡ଼ୋ’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ରାହୁଲଙ୍କ ଏହି ଖୋଲା ଚିଠିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପାଖାପାଖି ୨.୫ଲକ୍ଷ ଗ୍ରାମପଞ୍ଚାୟତ, ୬ଲକ୍ଷ ଗାଁ ଏବଂ ୧୦ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରକୁ କଭର କରିବେ।

କଂଗ୍ରେସ ନେତା ରାହୁଲଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ପାଖାପାଖି ୩୫୦୦ କିଲୋମିଟର ପର‌୍ୟ୍ୟନ୍ତ ପଦଯାତ୍ରା କରିସାରିଛନ୍ତି। ତେବେ ଏହାରି ଭିିତରେ ସେ ତାଙ୍କ ହାତଲେଖା ଚିଠିରେ ଯାତ୍ରାର ଅନୁଭବ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ କହଛନ୍ତି ଯେ,’ଭାରତ ଯୋଡ଼ୋ ଯାତ୍ରାରେ କୁହାଯାଇଥିଲା ଯେ, ମୋର ବ୍ୟକ୍ତିଗତ ଓ ରାଜନୈତିକ ଜୀବନ ଉଭୟ ଏକ। କେବଳ ଏତିକି ନୁହେଁ ବରଂ ଏହି ଲଢ଼େଇରେ ଦୁର୍ବଳଙ୍କୁ ଢ଼ାଲ କରିବା ଏବଂ ଯେଉଁମାନଙ୍କ ସ୍ବରକୁ ଚପାଇ ଦିଆଯାଉଛି, ସେମାନଙ୍କୁ ସ୍ବର ଉଠାଇବାକୁ ଦାବି କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking