30.1 C
Bhubaneswar
Thursday, May 9, 2024
Homeଅପରାଧସମ୍ପର୍କରେ ଲାଗିଲା ରକ୍ତର ଛିଟା; ଟଙ୍କା ନଦେବାରୁ ବାପାର ଜୀବନ ନେଲା ପୁଅ

ସମ୍ପର୍କରେ ଲାଗିଲା ରକ୍ତର ଛିଟା; ଟଙ୍କା ନଦେବାରୁ ବାପାର ଜୀବନ ନେଲା ପୁଅ

ନୂଆଦିଲ୍ଲୀ: ଟଙ୍କା ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୁଅ ଭୁଲି ଗଲା ବାପାର ସ୍ନେହ । ବାପା ଟଙ୍କା ନଦେବାରୁ ପୁଅର ମୁଣ୍ଡରେ ଚଢିଲା ପିତ । ବୃଦ୍ଧ ବାପାକୁ ପିଟି ପିଟି ହତ୍ୟା କଲା ସଇତାନ ପୁଅ । ଏଭଳି ହତ୍ୟାକାଣ୍ଡ ଘଟିଛି ନୂଆଦିଲ୍ଲୀର ଉତ୍ତମ ନଗରରେ । ମୃତକ ଜଣଙ୍କ ହେଉଛନ୍ତି ନନ୍ଦ ଲାଲ ଆରୋରା । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁଅ ଗୌରବକୁ ପୋଲିସ ଗରିଫ କରିଛି । ସୂଚନା ଅନୁୟାୟୀ, ଗତ ମଙ୍ଗଳବାର ରାତିରେ ପୁଅ ଗୌରବ ବାପାଙ୍କୁ ୪ ଲକ୍ଷ ଟଙ୍କା ମାଗିଥିଲା ।

କିନ୍ତୁ ତାରା ବାପା ନନ୍ଦ ଲାଲ ଟଙ୍କା ଦେବାକୁ ମନାକରି ଦେଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉଗ୍ରରୂପ ଧାରଣ କରିଥିଲା । ଉତକ୍ଷିପ୍ତ ହୋଇ ଗୌରବ ତାର ବାପାକୁ ମାଡ ମାରିବା ଆରମ୍ଭ କରିଦେଇଥିଲା । ଶେଷରେ ବୃଦ୍ଧ ନନ୍ଦ ଲାଲର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା । ପରେ ଅଭିଯୁକ୍ତ ପୁଅ ଗୌରବ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ରାତି ୮ଟା ୨୬ ମିନିଟ ସମୟରେ ନୂଆଦିଲ୍ଲୀର ଉତ୍ତମ ନଗରରେ ଜଣେ ପୁଅ ତାର ବାପାକୁ ହତ୍ୟା କରିଥିବା ପୋଲିସ ପାଖକୁ ଖବର ଆସିଥିଲା । ବାପାକୁ ତାର ପୁଅ ୪ ଲକ୍ଷ ଟଙ୍କା ମାଗିବାରୁ ସେ ମନା କରିଦେଇଥିଲେ । ଫଳରେ ବାପାକୁ ପିଟିପିଟି ହତ୍ୟା କରିଥିଲା ପୁଅ । ଏନେଇ ବିନ୍ଦାପୁର ପୋଲିସ ଷ୍ଟେସନରେ ୩୦୨ ଆଇପିସିରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗତ ଅଗଷ୍ଟ ୯ ତାରିଖରେ ଉତ୍ତରପ୍ରଦେଶରୁ ଏପରି ଏକ ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଥିଲା । ବାପାକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲା ତାର ପୁଅ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତକ ହେଲେ ୬୫ ବର୍ଷୀୟ ହଂସରାଜ ସିଂହ । ହତ୍ୟାକାରୀ ବଡପୁଅକୁ ଗିରଫ କରିଥିଲା ପୋଲିସ । ଘରକୁ ବିଳମ୍ବରେ ଫେରିବାରୁ ବାପା ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡପୁଅ ପାଖରେ ଥିବା ଏକ କାଠ ଫାଳିଆରେ ବାପାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking