22.1 C
Bhubaneswar
Sunday, May 4, 2025
Homeଓଡିଶା୫ଦିନ ଯାଏଁ ରାଜ୍ୟରେ ନାହିଁ ଶୀତ

୫ଦିନ ଯାଏଁ ରାଜ୍ୟରେ ନାହିଁ ଶୀତ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୫ଦିନ ଯାଏ ବଢ଼ିବନି ଶୀତର ପ୍ରକୋପ । ଏବେ ରାଜ୍ୟରେ କମ୍‌ ଶୀତ ଅନୁଭୂତ ହେଉଛି । ଆଗାମୀ କିଛି ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ । ତେବେ ୨୮ରୁ ୩୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

୨୮ ତାରିଖରୁ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବ। କିଛି ସ୍ଥାନରେ ହାଲୁକା ବର୍ଷା ହେବ । ତେବେ ଦକ୍ଷିଣ ଓଡ଼ିଶାର ରାୟଗଡା, ଗଜପତି, ମାଲକାନଗିରି ଓ କୋରାପୁଟରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି । ରବିବାର ଦାରିଙ୍ଗିବାଡିରେ ପାରଦ ୧୨ଡିଗ୍ରୀକୁ ଖସିଥିଲା । ଫୁଲବାଣୀରେ ୧୫.୮, କେନ୍ଦୁଝରରେ ୧୬.୮, ଟିଟିଲାଗଡରେ ୧୭.୮, ସୋନପୁରରେ ୧୭.୪, ଅନୁଗୁଳରେ ୧୮.୬, ଝାରସୁଗୁଡାରେ ୧୮.୬, ଭବାନୀପାଟଣାରେ ୧୮.୮, ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୯.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking