27.1 C
Bhubaneswar
Monday, March 17, 2025
Homeଓଡିଶାଗ୍ରାମାଚଂଳ ହାଟରେ ରହୁନି ସାମାଜିକ ଦୂରତା, ଚେତିବେ କେବେ?

ଗ୍ରାମାଚଂଳ ହାଟରେ ରହୁନି ସାମାଜିକ ଦୂରତା, ଚେତିବେ କେବେ?

ରାଉରକେଲା: ସୁନ୍ଦରଗଡ ଜିଲାରେ କରୋନାର ପ୍ରକୋପ ଏଯାଏ ଥମିବାର ନାଁ ନେଉଁନି । ରାଉରକେଲାର ଆଖପାଖ ଅଂଚଳରୁ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସହରାଚଂଳରେ ବସବାସ କରୁଥିବା ବ୍ୟକ୍ତି ମାନେ କରୋନାର ଭୟାବହତା ପ୍ରତି ସଚେତନ ରହୁଥିବା ବେଳେ, ଗ୍ରାମାଚଂଳରେ ବସବାସ କରୁଥିବା ଲୋକମାନେ ସଚେତନତା ଅଭାବରୁ କୋଭିଡ଼ କଟକଣାକୁ ଏତେଟା ମାନୁ ନଥିବା ପ୍ରତ୍ୟହ ଦେଖିବାକୁ ମିଳୁଛି । ଲାଠିକଟା ବ୍ଲକ ଅନ୍ତର୍ଗତ ରାମଯୋଡ଼ି, ଡେଲାକୁଦର, ମନକୋ, ମୁଣ୍ଡାଯୋର, କାଟିନ ଆଦି ଅଂଚଳରେ କୋଭିଡ଼ ନିୟମର ଖୋଲାଖୋଲି ଉଲଂଘଂନ ହେଉଥିବା ଅଭିଯୋଗ ହୋଇଛି । ଏହି ସବୁ ଅଂଚଳରେ ଥିବା ପରିବା ବଜାର, ମାଛ ବଜାରରେ ରାତି ପାହିଲେ ଲୋକେ ହାଉଯାଉ ହେଉଛନ୍ତି, ଯାହାକି ଆଗାମୀ ଦିନରେ କରୋନାକୁ ଆମନ୍ତ୍ରଣ ଦେଉଛି କହିଲେ ବୋଧେ ଭୁଲ ହେବ ନାହିଁ । ସେହିପରି ଗ୍ରାମାଚଂଳରେ ପାଳନ କରାଯାଉଥିବା ଅନେକ ପାରମ୍ପାରିକ ପର୍ବରେ ଲୋକ ମାନେ ଏକଜୁଟ ହେଉଥିବାରୁ ସାମାଜିକ ଦୂରତା ଭଙ୍ଗହେବା ସ୍ୱାଭାବିକ । ସୁତରାଂ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ କୋଭିଡ଼ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋରମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking