ରାଉରକେଲା: ସ୍ୱର୍ଗତ ଡା. ରାହାସ ବିହାରୀ ମହାପାତ୍ରଙ୍କ ସ୍ମୃତି ଓ ସଂକଳ୍ପ କମିଟିର ସାଧାରଣ ବୈଠକ ସାରନଗରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଥିଲା । ସମାଜସେବୀ ପି. ପି ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡା. ଫକୀର ଚରଣ ହୋତା ସଭାପତିତ୍ୱ କରିଥିଲେ । ଶିକ୍ଷାବିତ ଶାନ୍ତୁନୁ ମୁଦୁଲି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରୀ ରାୟ ସ୍ୱର୍ଗତଃ ଡା. ମହାପାତ୍ରଙ୍କ ଅପୁରଣୀୟ ଇଚ୍ଛା ସମ୍ପର୍କରେ ପ୍ରକାଶ କରିବା ସହ ଏହାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବାପାଇଁ ମତ ରଖିଥିଲେ । ସଭାପତି ଡା. ହୋତା ସଭାପତିତ୍ୱ ଅଭିଭାଷଣ ସହ ସମସ୍ତେ ମିଳିମଶି ଡା. ମହାପାତ୍ରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଡା. ଆର.ବି. ମହାପାତ୍ରଙ୍କ ଅପୂରଣୀୟ ଥିବା କାର୍ଯ୍ୟଭିତରେ ସାରନଗରୀ ଗାୟତ୍ରୀ ପ୍ରଜ୍ଞାପୀଠ ଠାରେ ଏକ ଦାତ୍ୟବ ଚିକିତ୍ସାଳୟ, ଜରାଶ୍ରମ, ବ୍ୟାୟାମଶାଳା, କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଏକ କଳାକେନ୍ଦ୍ର ସ୍ଥାପନା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ରଙ୍ଗୋଲି ଛକରେ ଅବୟବ ସ୍ଥାପନା କରି ଏହି ଛକକୁ ସ୍ୱର୍ଗତ ଡା. ଆର.ବି. ମହାପାତ୍ର ଛକ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଆୟୋଜିତ ବୈଠକରେ ତ୍ରୀନାଥ ଦାସମୋହିନୀ, ସନାତନ ସାହୁ, ରବୀନ୍ଦ୍ର ବେହୁରିଆ, ପ୍ରଫୁଲ୍ଲ ପରିଜା, ପଣ୍ଡିତ ଭାସ୍କର ପଣ୍ଡା, ପି. ସି. ପାଢୀ, ଦୁଃଶାସନ ନାୟକ, ମୂରଲୀ ଗୌଡ଼, ସୁବାଷ ଚନ୍ଦ୍ର ପାତ୍ର, ସୁଚିସ୍ମିତା ପଣ୍ଡା, ଆରତୀ ବେହେରା, କୁଂଜ ବିହାରୀ ରାଉତ, ସୁଧାକର ମଲ୍ଲିକ,ଦେବେନ୍ଦ୍ର ସାହୁଙ୍କ ସମେତ ଅନ୍ୟ ସାମାଜିକ କର୍ମୀ ଓ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ । ପରବର୍ତୀ ସମୟରେ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇ ସ୍ମୃତି ଓ ସଂକଳ୍ପ କମିଟିର କାର୍ଯ୍ୟକୁ ସମ୍ପାଦନ କରାଯିବ ବୋଲି ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ କବିତା ପାଠ ସହ ମହାପ୍ରସାଦ ସେବନର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପି.ପି. ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।