14.1 C
Bhubaneswar
Saturday, January 11, 2025
Homeଓଡିଶାରାଜ୍ୟରେ ୪ର୍ଥ ଲହର ଆଶଙ୍କା ନାହିଁ!

ରାଜ୍ୟରେ ୪ର୍ଥ ଲହର ଆଶଙ୍କା ନାହିଁ!

ଭୁବନେଶ୍ୱର: କରୋନାର ୪ର୍ଥ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ଚୀନରେ କିଛି ସହରରେ ଲକ୍‌ଡାଉନ୍ ଘୋଷଣା ଏବଂ ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ଚିନ୍ତା ବଢ଼ିଯାଇଛି । କ’ଣ ପୁଣି ଚତୁର୍ଥ ଲହର ଆସିଯିବ କି? ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ରାଜ୍ୟରେ କିନ୍ତୁ ସେଭଳି ଅଶଙ୍କା ନଥିବା କହିଛନ୍ତି ବିଶେଷଜ୍ଞ । ରାଜ୍ୟରେ ଏବେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି । ପଜିଟିଭିଟି ହାର କମ୍ ଥିବା ବେଳେ, ଆଡମିଶନ ହାର ଓ ମୃତ୍ୟୁହାର ମଧ୍ୟ କମ୍ ଅଛି । ତେବେ ଯେଉଁ ସର୍ଭେଲାନ୍ସ ହେବା କଥା ତାହା ଜାରି ରହିଛି । ସରକାରଙ୍କ ଗାଇଡଲାଇନ ଅନୁସାରେ ଟିକାକରଣ ଜାରି ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ଟିପିଆର୍‌(ଟେଷ୍ଟ ପଜିଟିଭିଟି ରେଟ୍‌)୦.୧୨% ରହିଛି । ଟିପିଆର୍ ସର୍ବାଧିକ ୧.୨୫% ରହିଛି । ସେହିପରି ରାଜ୍ୟର ୧୮ଟି ଜିଲ୍ଲା ମଧ୍ୟରୁ ଭଦ୍ରକ, ବଲାଙ୍ଗିର, କଟକ, ଦେବଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ହୋଇଥିବା ଟେଷ୍ଟିଂରେ ସବୁ ରିପୋର୍ଟ ନେଗେଟିଭ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking