30.1 C
Bhubaneswar
Sunday, May 19, 2024
Homeଓଡିଶାକାର୍ତ୍ତିକ ମାସ ଦ୍ୱିତୀୟ ସୋମବାରରେ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ

କାର୍ତ୍ତିକ ମାସ ଦ୍ୱିତୀୟ ସୋମବାରରେ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ଚାଲିଛି କାର୍ତ୍ତିକ ମାସ । ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଏହି ପବିତ୍ର ଦିନ ମହାଦେବଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏନେଇ ଶୈବପୀଠମାନଙ୍କରେ ଭିଡ ଲାଗି ଥାଏ । କିନ୍ତୁ ଚଳିତବର୍ଷ କରୋନା ପାଇଁ କଟକଣା ଜାରି କରାଯାଇଛି । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ କାର୍ତ୍ତିକ ଦ୍ୱିତୀୟରେ ଭିଡ ନହେବା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଭୋର ୪ଟାରୁ ରାତି ୧୦ଟା ଯାଏଁ କଟକଣା ବଳବତ୍ତର ରହିବ । ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ କିନ୍ତୁ ମନ୍ଦିର ଭିତରେ ବାବାଙ୍କ ସମସ୍ତ ରୀତିନୀତି କରାଯିବ ।

ଆଜି ସକାଳୁ ଭୋର ୪ଟାରୁ ଧବଳେଶ୍ୱର ପୀଠରେ ପହଡ ଖୋଲାଯିବା ପରେ ୧୦୮ ଗରା ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳାଆଳତୀ, ସକାଳ ଧୂପ, ବାଳଭୋଗ ଆଦି ନୀତି ସମ୍ପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking